Masthead

ସାଲାଇନ ପାଇଁ ଫାର୍ମାସିଷ୍ଟଙ୍କୁ ମାଡ଼

ବନ୍ତ (ବଡ଼ ଖବର ବ୍ୟୁରୋ): ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଫାର୍ମାସିଷ୍ଟଙ୍କୁ ମାଡ଼ମାରି ମୁହଁ ଫଟାଇଲେ ଉତ୍ତ୍ୟକ୍ତ ଯୁବକ । ଅଭିଯୋଗ ଅନୁଯାୟୀ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମହେଶ୍ୱର ଦାସ ଗତକାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ସମୟରେ ପୁରୁଷଣ୍ଢ ଗ୍ରାମର ଜନୈକ ଯୁବକ ତାଙ୍କର ଜଣେ ସାଙ୍ଗକୁ ଧରି ଶ୍ରୀ ଦାସଙ୍କ ପାଖରେ ପହଞ୍ଚି ଘରକୁ ନେବାପାଇଁ ସାଲାଇନ ମାଗିଥିଲେ। ମାତ୍ର ବିନା ଡାକ୍ତରୀ ପ୍ରେସକ୍ରିପସନ୍ ଏବଂ ମେଡ଼ିକାଲ ବାହାରକୁ ସାଲାଇନ୍ ଦେବାକୁ ଉକ୍ତ ଯୁବକଙ୍କୁ ଫାର୍ମାସିଷ୍ଟ ଜଣକ ମନା କରିଥିଲେ ।

ଏତିକିରେ ବିଭିନ୍ନ ଅସଭ୍ୟ ଭାଷାରେ ଯୁବକ ଜଣକ ଗାଳି ଗୁଲଜ କରିବା ସହ ଉତ୍ୟକ୍ତ ହୋଇ ବ୍ୟକ୍ତି ଜଣକ ଶ୍ରୀ ଦାସଙ୍କୁ ମାଡ ମାରିଥିଲେ । ଯାହାର ଭିଡ଼ିଓ ସିସିଟିଭିରେ କଏଦ୍ ହୋଇଛି । ଉତ୍ୟକ୍ତ ବ୍ୟକ୍ତି ଜଣଙ୍କ ଫାର୍ମାସିଷ୍ଟଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଲୋକମାନେ ତାଙ୍କୁ ଧରି ନେଇଥିଲେ। ତେବେ ଏଥିରେ ଷ୍ଟେଥୋସ୍କୋପ ଏକ ସୁନା ଚେନ ମଧ୍ୟ ସଂପୃକ୍ତ ଯୁବକ ଜଣକ ନେଇଥିବା ଫାର୍ମାସିଷ୍ଟ ମହେଶ୍ୱର ଦାସ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଆଗରପଡ଼ା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ