Masthead

ଚୋରାମଦ ବେପାରୀଙ୍କ ଘର ଜାଳିଲେ ଉତ୍ତ୍ୟକ୍ତ ମହିଳା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡିଶା, ଆମ ଗାଁ’ ଆମ ବିକାଶ । ବିକାଶ ନାଁ’ରେ ଏଭଳି ସ୍ଲୋଗାନ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ବିକାଶର ବାସ୍ତବ ଚିତ୍ର ଭିନ୍ନ କଥା ସୂଚାଇ ଦେଉଛି । ଗାଁ ଗାଁରେ ଅବାଧ ନିଶା କାରବାର ଯୋଗୁଁ ବହୁ ପରିବାର ଉଚ୍ଛନ୍ନ ହୋଇଯାଉଥିବା ବେଳେ, ପ୍ରଶାସନ ଚୁପ ବସିବା ଘଟଣା ଯୋଗୁଁ ଆଇନିକୁ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାମୀଣ ମହିଳା । ଦୈନିକ ମୁଲ ମଜୁରୀ ଉପରେ ନିର୍ଭର କରୁଥିବା ପରିବାର ଗୁଡିକ କେବଳ ଚୋରା ମଦପାଇଁ ନଷ୍ଟ ହୋଇଯାଉଛି ।

ଗାଁ ଗାଁରେ ଏମିତି ଚୋରା ମଦ କାରବାରକୁ ରୋକିବା ପାଇଁ ପ୍ରଶାସନ ପାଖରେ ଯେତେ ଗୁହାରି କଲେ ବି ଫଳ ଶୂନ । ଶେଷରେ ଏକାଠି ହୋଇ ଗାଁର ମହିଳାମାନେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବଡକ୍ଷୀରି ଗାଁରେ ଅବାଧରେ ଖୁଲମ ଖୁଲା ଚାଲିଥିବା ଚୋରା ମଦ ବେପାରୀଙ୍କ ମଦ ଅଡ୍ଡାରେ ନିଆଁ ଲଗେଇ ଦେଇଛନ୍ତି । ନିଶାସକ୍ତ ଅବସ୍ଥାରେ ବହୁ ପରିବାର ଉଚ୍ଛନ୍ନ ପାଇଁ ସିଧା ସଳଖ ସରକାରଙ୍କୁ ହିଁ ଦାୟୀ କରୁଛନ୍ତି ଏହି ମହିଳାମାନେ । ବରଧାରୀ ଠାରେ ଚୋରା ମଦ ବେପାରୀଙ୍କ ମଦ ଆଡ୍ଡା ଜଳି ଯାଇଥିବା ଖବରପାଇବା ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳୀରେ ପହଂଚି ତଦନ୍ତ ଆରମ୍ଭ କରିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ