Masthead

ହାଜର ହେଲେନି ଅରବିନ୍ଦ, କହିଲେ ଇଡି ଫେରାଇ ନେଉ ସମନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମନ୍ ସତ୍ତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜି୍ରୱାଲଙ୍କୁ ସମନ କରିଥିଲା ଇଡି । ଗୁରୁବାର ତାଙ୍କୁ ସମନ ହେବାକୁ ନୋଟିସ ହୋଇଥିଲା । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ରାଜନୈତିକ ଉଦ୍ଦଶ୍ୟେ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି, ସେ କିଛି ଲଚୁାଇନାହାଁନ୍ତି ବୋଲି କହିଛନ୍ତି । ଗତ ୧୮ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା । ସମନରେ କେଜରୀୱାଲଙ୍କୁ ଗୁରୁବାର ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ଇଡି କହିଥିଲା । ଏହା ପୂର୍ବରୁ ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ