Masthead

ସରଦ ପାୱାରଙ୍କୁ ଭେଟିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମ କୋର୍ଟର ନିଷ୍ପତି Sପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟଦେଶ ବିରୋଧରେ ଏବେ ଅରବିନ୍ଦ କେଜ୍ରିୱାଲ ବିରୋଧୀ ଦଳର ସର୍ମଥନ ଗୋଟାଇବାରେ ଲାଗିପଡିଛନ୍ତି । ସେ ଚେଷ୍ଟା କରୁଛନ୍ତି ସଂସଦରେ ଏହି ମାମଲା ଉଠାଯାଉ । ଏହାରି ମଧ୍ୟରେ କେଜ୍ରିୱାଲ ବୁଧବାର ମୁମ୍ବାଇ ଯାଇ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ଏହି ଭେଟ ଅମଲାତନ୍ତ୍ରର ନିଯୁକ୍ତି ଉପରେ କେନ୍ଦ୍ର ନିୟମ ବିରୁଦ୍ଧରେ ନିଜ ପାଇଁ ସର୍ମଥନ ସଂଗ୍ରହ କରିବା ବିଷୟରେ ଥିଲା । ଏହି ଭେଟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଦଳ ଆପ୍କୁ ନିଜ ସର୍ମଥନ ଦେଇଛନ୍ତି ଓ ଏବେ ଉଦ୍ଧବ ସେନାର ନେତା ମାନେ ସଂସଦର ଅଧ୍ୟଦେଶକୁ ବିରୋଧ କରିବେ । ଭେଟ ପରେ କେଜରିବାଲ୍ କହିଛନ୍ତି ଉଦ୍ଧବ ଠାକରେ ଆମକୁ ପରିବାରର ସଦସ୍ୟ ବନାଇଲେ , ଆମେ ସମ୍ପର୍କ ରଖିବାରେ ବିଶ୍ୱାସ ରଖୁ, ଓ ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି , ଏହି ସଂମ୍ପର୍କ ଆଜୀବନ ରହିବ । କେଜ୍ରିୱାଲଙ୍କ ସହିତ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବତ ମାନ, ଆପର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଓ ରାଘବ ଚଡ୍ଡା ଓ ଦିଲ୍ଲୀର ମନ୍ତ୍ରୀ ଅତିଶ୍ ମଧ୍ୟ ଥିଲେ । ଆଜି ସରଦ ପାୱାରଙ୍କୁ ମଧ୍ୟ ଭେଟିବେ କେଜ୍ରିୱାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ