Masthead

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଖୁଲଣାଙ୍କ ପରିବାର

ନିଆଳି(ବଡ଼ ଖବର ବ୍ୟୁରୋ): ସରକାରଙ୍କ ଦୃଷ୍ଟି ଆଢୁଆଳରେ ଖୁଲଣା କାଣ୍ତିଙ୍କ ପରିବାର । କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ପଞ୍ଚାୟତର ବାଲିସାହି ଗ୍ରାମର ଖୁଲଣା କାଣ୍ତିଙ୍କ ସ୍ୱାମୀ ଧୋବା କାଣ୍ତିଙ୍କ ମୃତ୍ୟୁ ପରେ ପରିବାର ବୋଝ ମୁଣ୍ଡାଇଥିଲେ ଝୁଲଣା।‌ ଗୋଟିଏ ପୁଅ, ବୋହୂ ଏବଂ ପାଞ୍ଚ ନାତି ନାତୁଣୀ ଭଙ୍ଗା ଦଦରା ନୂଆଣିଆ ଘରେ ଜୀବନ ବିତାଉଛନ୍ତି । ଖୁଲଣାଙ୍କ ପୁଅ ସରୋଜ ଓ ବୋହୂ ମୁଲପାତି କଲେ ଘରେ ଚୂଲି ଜଳିବ, ନହେଲେ ରୋଷେଇ ବନ୍ଦ।‌ ଖରା,ବର୍ଷା ଓ ଶୀତ କାକରରେ ଅତି ବିପଦପୂର୍ଣ୍ଣ ଭାବରେ ପଲିଥିନ୍ ତଳେ ଜୀବନ ଜିଉଁଛନ୍ତି ଆଠପ୍ରାଣୀ କୁଟୁମ୍ବ ।

ଯେଉଁ ଘରେ ଗୃହ ପାଳିତ ପଶୁ ରହିବେ ନାହିଁ, ସେଇ ଘରେ ଖୁଲଣାଙ୍କ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ଖୁଲଣା କିମ୍ବା ତାଙ୍କ ପୁଅ ବ୍ଲକ କାର୍ଯ୍ୟାଳୟ କ’ଣ ଜାଣନ୍ତି ନାହିଁ ବୋଲି କହିଛନ୍ତି ଖୁଲଣା। ଘର ସଜାଡିବା ପାଇଁ ସରୋଜ ଓ୍ୟାର୍ଡ ସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିସାରିଛନ୍ତି । ହେଲେ ଆଜି ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ପବନ କିମ୍ବା ବର୍ଷା ହେଲେ ସରକାରୀ ସ୍କୁଲ ଏମାନଙ୍କୁ ଖୋଜିବାକୁ ପଡେ। ନୂଆଣିଆ ଫଟା ପଲିଥିନ୍ ତଳେ ଠିଆ ହେଲେ ସୂର୍ଯ୍ୟ ଓ ଚନ୍ଦ୍ର ଦେଖାଯାଉଛି ।

ମାଧବ ପଞ୍ଚାୟତର ସରପଞ୍ଚ ବାବୁରାମ ମଲ୍ଲିକ କହିଛନ୍ତି ସେ ସରକାରଙ୍କୁ ଜଣାଇବେ । ଖୁଲଣାଙ୍କ କହିବା କଥା ଇନ୍ଦିରା ଆବାସ ବାବଦକୁ ୨୦ ହଜାର ଟଙ୍କା ମିଳିଥିଲା । ସ୍ୱାମୀଙ୍କ ଦେହରେ ଯାହା ଖର୍ଚ୍ଚ ହେଲା । ଆଉ ଓ୍ୟାର୍କ ଅର୍ଡର ସମୟରେ ଦଲାଲ ପାଞ୍ଚ ହଜାର ଟଙ୍କା ଚଳୁ କରି ନେଇଗଲା।‌ ଆଉ ଘର କେମିତି କରିବି । ସରୋଜକୁ ମଧ୍ୟ ସରକାରୀ ଆବାସ ମିଳିପାରିନାହିଁ । ବାଧ୍ୟ ହୋଇ ଫଟା ପଲିଥିନ୍ ତଳେ ଜୀବନ ବିତାଇବାକୁ ପଡୁଛି ବୋଲି କାନ୍ଦି କାନ୍ଦି କହିଛନ୍ତି ଖୁଲଣା।‌

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ