Masthead

ମଣିପୁରରେ ପହଞ୍ଚିଲା ଡ୍ରୋନରେ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାକୁ ନେଇ ଆସିଛି ଆଉ ଏକ ଆସ୍ୱସ୍ଥି ଖବର । ରହିବ ନାହିଁ ଦେଶରେ ଟିକାର ଅଭାବ । କମ ସମୟ ଏବଂ କମ ଖର୍ଚ୍ଚରେ ପହଞ୍ଚି ପାରିବ ଡ୍ରୋନ ସାହାଯ୍ୟରେ ଟିକା । ଡ୍ରୋନ୍‌ ସାହାଯ୍ୟରେ ଆଜି ମଣିପୁରର ‘ଭାସମାନ ଦ୍ୱୀପପୁଞ୍ଜ’ରେ ରହୁଥିବା ଲୋକଙ୍କୁ କରୋନା ଟିକା ବିତରଣ ଓ ପ୍ରଦାନ କରାଯାଇଛି ।

ଡ୍ରୋନ୍‌ ସାହାଯ୍ୟରେ ଟିକା ପ୍ରଦାନ କରିବାରେ ଦକ୍ଷିଣ ପୂର୍ବ ଏସିଆର ଭାରତ ହେଉଛି ପ୍ରଥମ ଦେଶ । ଦେଶର ସର୍ବୋଚ୍ଚ ଡାକ୍ତରୀ ସଂସ୍ଥା ଆଇସିଏମଆର ଆଜି ସଫଳତାର ସହିତ ମଣିପୁରର ବିଷ୍ଣୁପୁରରୁ ଲୋକକ ହ୍ରଦ ଦେଇ କରୀଙ୍ଗ ଦ୍ୱୀପକୁ ସଫଳତାର ସହ ଡ୍ରୋନ୍‌ ସାହାଯ୍ୟରେ ଟିକା ବିତରଣ କରା ଯାଇଥିଲା। ମାତ୍ର ୧୫ ମିନିଟରେ ୩୧ କିଲୋମିଟରର ଦୂରତା ଅତିକ୍ରମ କରି ଟିକା ବିଷ୍ଣୁପୁର ଜିଲ୍ଲା ଡାକ୍ତରଖାନାରୁ କରୀଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର, ମଣିପୁରର ଲୋକକ ହ୍ରଦକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣତଃ ୩ରୁ ୪ ଘଣ୍ଟା ଲାଗିଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ଵିଟ କରି କହିଛନ୍ତି । ଆଗାମୀ ଦିନରେ ଡ୍ରୋନ୍‌ ସାହାଯ୍ୟରେ ମଣିପୁରର ଆଉ ଦୁଇଟି ଜିଲ୍ଲାରେ ଟିକା ବିତରଣ ପାଇଁ ଅଧିକାରୀମାନେ ଯୋଜନା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ