Masthead

ଆଜି ଜେଲକୁ ଫେରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଲା ଜାମିନ ଅବଧି । ଆଜି ପୁଣି ଥରେ ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ତିହାର ଜେଲକୁ ଯିବେ କେଜ୍ରିୱାଲ । ଜୁନ ୫ ରେ ହେବ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି । ଲୋକସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଶନିବାର ଶେଷ ହୋଇଥିବା ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

କିଛି ଗୁରୁତର ଅସୁସ୍ଥତା କାରଣ ଦର୍ଶାଇ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ବଢ଼ାଇବାକୁ ଅଦାଲତଙ୍କୁ ଅପିଲ କରିଥିଲେ, କିନ୍ତୁ ଇଡିର ବିରୋଧ ପରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହି ଆବେଦନ ଆସନ୍ତା ୫ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ୍ ୨ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ତିହାର ଜେଲ୍ ଯିବା ପୂର୍ବରୁ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ, ଡିଡିୟୁ ମାର୍ଗରେ ଥିବା ଦଳୀୟ କାର୍ୟ୍ୟାଳୟ ଏବଂ ଏକ ମନ୍ଦିର ପରିଦର୍ଶନ କରିବେ । ତିହାର ଯିବା ପୂର୍ବରୁ ଆପ୍ ନେତାଙ୍କ ସହ ବିଚାର ବିମର୍ଶ କରିଥିବା ମଧ୍ୟ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ