ଆଜି ଜେଲକୁ ଫେରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଲା ଜାମିନ ଅବଧି । ଆଜି ପୁଣି ଥରେ ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ତିହାର ଜେଲକୁ ଯିବେ କେଜ୍ରିୱାଲ । ଜୁନ ୫ ରେ ହେବ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି । ଲୋକସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଶନିବାର ଶେଷ ହୋଇଥିବା ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

କିଛି ଗୁରୁତର ଅସୁସ୍ଥତା କାରଣ ଦର୍ଶାଇ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ବଢ଼ାଇବାକୁ ଅଦାଲତଙ୍କୁ ଅପିଲ କରିଥିଲେ, କିନ୍ତୁ ଇଡିର ବିରୋଧ ପରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହି ଆବେଦନ ଆସନ୍ତା ୫ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ୍ ୨ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ତିହାର ଜେଲ୍ ଯିବା ପୂର୍ବରୁ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ, ଡିଡିୟୁ ମାର୍ଗରେ ଥିବା ଦଳୀୟ କାର୍ୟ୍ୟାଳୟ ଏବଂ ଏକ ମନ୍ଦିର ପରିଦର୍ଶନ କରିବେ । ତିହାର ଯିବା ପୂର୍ବରୁ ଆପ୍ ନେତାଙ୍କ ସହ ବିଚାର ବିମର୍ଶ କରିଥିବା ମଧ୍ୟ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’