Before Header

ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

0 25

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସିଲା ଏକ ବିକଳ ଚିତ୍ର । ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ସ୍ବେଚ୍ଛାସେବୀ ସଂଗଠନ ସହଯୋଗ ରେ ଡାକ୍ତରଖାନା ଗଲେ ରୋଗୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଖାଲିନା ଗ୍ରାମରେ ଦେଖିବାକୁ ମିିଳିଛି ଏଭଳି ଦୃଶ୍ୟ । ସେହି ଗ୍ରାମର ନିତ୍ୟାନନ୍ଦ ରାଉଳ ତଳେ ପଡିଯାଇ ଆହତ ହେଇଥିଲେ ।

ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ସ୍ୱାମୀଙ୍କୁ ଡାକ୍ତରଖାନା ନେବା ପାଇଁ ସ୍ତ୍ରୀ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଶେଷରେ ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ମାନେ ଏକ ବାଉଁଶ ଓ ଲୁଗାରେ ଦୋଳି କରି କାନ୍ଧରେ ବୋହି ନେଇ ଅଟୋ ସାହାଯ୍ୟ ରେ ଡାକ୍ତରଖାନା ନେଇଥିଲେ। ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

 

Leave A Reply

Your email address will not be published.