Masthead

ହାଇକୋର୍ଟ ବୋମା ବିସ୍ଫୋରଣରେ ସାମିଲ ଥିଲେ ଅଶରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରୁ ଗିରଫ ହୋଇଛନ୍ତି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଶରଫ । ଏହି ଘଟଣା ଯେତେ ପୂରୁଣା ହେଉଛି ଆତଙ୍କବାଦୀଙ୍କ କଳାକାରନାମା ସେତେ ସାମ୍ନାକୁ ଆସୁଛି । କେତେବେଳେ ଦେଶରେ ବିଭିନ୍ନ ହିଂସାରେ ସାମିଲ ଥିବାର କଥା ସାମ୍ନାକୁ ଆସିଛି ତ ଆଉ କେତେବେଳେ ବହୁ ଚର୍ଚ୍ଚିତ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବିସ୍ପୋରଣରେ ସାମିଲ ଥିବାର ସୂଚନା ମିଳିଛି । ତେବେ ଦିଲ୍ଲୀ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବୋମା ବିସ୍ପୋରଣରେ ସାମିଲ ଥିଲେ ମହମ୍ମଦ ଅଶରଫ। ତାଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ବରଂ ଜାମ୍ମୁ-କାଶ୍ମୀରରେ ତାଙ୍କ ସାମ୍ନାରେ ଅନେକ ସେନା କର୍ମଚାରୀଙ୍କୁ ଅପହରଣ କରି ନେଇଥିବାର କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି ।

ଏପରିକି କିଛି ସେନାଙ୍କୁ ବନ୍ଧକ ରଖିବା ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏ କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଯାଇଛି । ଅନ୍ୟପଟେ ଅଶରଫ ଭାରତରେ ରହୁଥିଲେ ସତ କିନ୍ତୁ ପାକିସ୍ତାନ ତାଙ୍କୁ ଯାହା କହୁଥିଲା ସେ ତାକୁ ପାଳନ କରୁଥିଲେ । ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ ସେ ଜାମ୍ମୁ-କାଶ୍ମୀର ଯାଇ ସେଠାରେ ଆତଙ୍କବାଦୀଙ୍କୁ ଭେଟିଥିଲେ । ଏପରିକି ନିର୍ଦ୍ଦେଶ ପାଇ ସେନାଙ୍କର ଗତିବିଧୀ ବିଷୟରେ ମଧ୍ୟ ପାକିସ୍ତାନକୁ ଅବଗତ କରାଉଥିଲେ ବୋଲି ନିଜେ ଗିରଫ ହୋଇଥିବା ମହମ୍ମଦ ଅଶରଫ ସ୍ପେଶାଲ ସେଲ ଆଗରେ ସ୍ୱୀକାର କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ