Masthead

ନେତାଙ୍କ ପାଇଁ ହଁ ଜନତାଙ୍କୁ ନା

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ମହାମାରୀ କରୋନା କଟକଣାକୁ ନେଇ ସରକାର ଗାଇଡଲାଇନ ଜାରି କରିଛିନ୍ତି । କିନ୍ତୁ ରାଜନେତାମାନେ ବାରମ୍ବାର ଏହାକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ଏକଥା କହିବାର ଉଦ୍ଦେଶ୍ୟ ହେଲା ନିକଟରେ ବାଲେଶ୍ୱର ଆସିଥିଲେ କଂଗ୍ରେସ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ନିରଞ୍ଜନ ପପଟ୍ଟନାୟକ । ସେମାନଙ୍କୁ ସମ୍ବର୍ଦ୍ଧନା ଆଳରେ ଶହ ଶହ ଯୁବକଙ୍କ ବାଇକ୍ ର।।ଲି ସାଧାରଣ ଲୋକଙ୍କୁ ଟେରା କରିଦେଇଥିଲା । ନାଁ ଥିଲା ସେଠାରେ ସାମାଜିକ ଦୂରତା ନାଁ ଥିଲା କାହା ମୁହଁରେ ମାସ୍କ । ଠିକ୍ ସେହିଭଳି ପରେ ପରେ ଆସିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଆଳରେ ଜମିଥିଲେ ବେଶ ଭିଡ଼ । ହୋଇଥିଲା କୋଭିଡ ନିୟମର ଖୋଲା ଉଲ୍ଲଘଂନ । ଏହା ପୁଣି ପୋଲିସ ପ୍ରଶାସନ ସାମ୍ନାରେ ।


ଯଦି ପ୍ରଶାସନ ସମ୍ମୁଖରେ କୋଭିଡ କଟକଣା ଏମାନଙ୍କ ପାଇଁ ଲାଗୁ ହୋଇପାରୁନାହିଁ, ତାହାଲେ ପାର୍ବଣ ସମୟରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିର ପାଇଁ କାହିଁକି ଏହି କଟକଣା ବୋଲି ସାଧାରଣରେ ପ୍ରଶ୍ନ ଉଙ୍କିମାରୁଛି । ରାଜନେତା କୋଭିଡ କଟକଣା ଉଲ୍ଲଘଂନ କରୁଥିବା ଅଭିଯୋଗକୁ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଅପରପକ୍ଷରେ ସାଧାରଣ ଭକ୍ତଟିଏ ତା’ର ପ୍ରିୟ ଭଗବାନଙ୍କୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଯଦି ରାଜନେତାଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇପାରୁନାହିଁ, ତାହାଲେ କେଉଁ ଅଧିକାର ବଳରେ ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ଭକ୍ତଙ୍କୁ ବଞ୍ଚିତ କରୁଛି । ତ’ର ଜବାବ ଦେବ କିଏ ? ଜଣେ ଭକ୍ତଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଥିବା ବେଳେ ରାଜନେତା ଓ ରାଜନୈତିକ ରାଲି ପାଇଁ ପୋଲିସ ନିରବଦ୍ରଷ୍ଟା କାହିଁକି ତାହା ହିଁ ଆଜିର ଦିନରେ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!