Before Header

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା, ସିସିଟିଭି ଫୁଟେଜ ଆଧାରରେ ମାମଲା ରୁଜୁ କଲା ପୋଲିସ

0 93

ଅତାବିରା (ବଡ଼ ଖବର ବ୍ୟୁରୋ): ବରଗଡ଼ ଅମ୍ବାଭୋନା ଥାନାରେ ଯୁବକଙ୍କ ଉତ୍ତେଜନା । ଗତକାଲି ହୋଇଥିଲା ଥାନାରେ ଭଙ୍ଗାରୁଜା । ସିସିଟିଭି ଅଧାରରେ ମାମଲା ରୁଜୁ କଲା ପୋଲିସ । ମାମଲା ସହ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ । ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ: ପୋଲିସ । ଗତକାଲି ଅମ୍ବାଭନାର ତାମଦେଇ ଠାରେ ୨୫ ରୁ ୩୦ ଜଣ ଯୁବକ ପିକନିକ କରିବାକୁ ଯାଇଥିଲେ ।

ଏହି ସମୟରେ ସେଠାରେ ନିଶା କରବାର ଚାଲୁଥିବା ନେଇ ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ହେଲେ ସେଠାରୁ କୌଣସି ନିଶା ଦ୍ରବ୍ୟ ପାଇନଥିଲା ପୋଲିସ । ଏହାକୁ ନେଇ ପୋଲିସ ଓ ଯୁବକ ମାନଙ୍କ ମଧ୍ୟରେ କଥା କଟା କାଟି ହୋଇଥିଲା । ପରେ ଯୁବକ ମାନେ ଅମ୍ବାଭୋନା ଥାନାକୁ ଯାଇ ହାଙ୍ଗାମା କରିବା ସହ ଭଙ୍ଗାରୁଜା କରିଥିଲେ । ଘଟଣା ସ୍ଥଳରେ ବରଗଡ଼ ଏସଡିପିଓ ପହଂଚି ଯାଞ୍ଚ କରିବା ସହ ଏହାର ଅଧିକ ତଦନ୍ତ ଚଳାଇଥିଲେ ।

Leave A Reply

Your email address will not be published.