Masthead

କଡ଼ା ସୁରକ୍ଷାରେ ଅସଦଙ୍କ ଅନ୍ତିମସଂସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ମାଫିଆ ଡନ ଅତିକ ଅହମଦଙ୍କ ପୁଅ ଅସଦ ଅହମଦଙ୍କର ପ୍ରୟାଗରାଜରେ ଅନ୍ତିମ ସଂସ୍କାର କରାଯାଇଛି। ଅସଦଙ୍କୁ ପ୍ରୟାଗରାଜର କସାରି-ମସାରି କବର ଦିଆଯାଇଛି । ଅନ୍ତିମ ସଂସ୍କାରରେ ୨୫-୩୦ ଜଣ ସାମିଲ ହୋଇଥିଲେ। ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ପୋଲିସର କଡା ସୁରକ୍ଷା ମଧ୍ୟରେ ଅସଦଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଏହି ସମୟରେ ଡ୍ରୋନ୍‌ ସାହାଯ୍ୟରେ ସୁରକ୍ଷା ଉପରେ ନଜର ରଖାଯାଇଥିଲା। କବର ସ୍ଥାନର କିଛି ଦୂରରୁ ମିଡିଆର ଏଣ୍ଟ୍ରିକୁ ବି ଅଟକାଇ ଦିଆଯାଇଥିଲା। ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ଅସଦ ଓ ତାଙ୍କ ସାଥି ଗୁଲାମ ମହମ୍ମଦଙ୍କ ମର ଶରୀରକୁ ଝାନସିରୁ ପ୍ରୟାଗରାଜ ନିଆଯାଇଥିଲା। ଉଭୟଙ୍କ ମୃତ ଶରୀରକୁ ନେବାକୁ ତାଙ୍କର ପରିବାର ଲୋକେ ଶୁକ୍ରବାର ସନ୍ଧ୍ୟାରେ ଝାନସୀ ଆସିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା