Masthead

ଉଚ୍ଛେଦ ହେବ ବଜାର

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗରୁ ନିମାପଡା ପର୍ଯ୍ୟନ୍ତ ୪୨କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲିଛି । ଏଥିଲାଗି ଅସ୍ତରଙ୍ଗ ବଜାର ଉଚ୍ଛେଦ ହେବ ବୋଲି ତହସିଲଦାର ରାଜଲଷ୍ମୀ ନାୟକ କହିଛନ୍ତି । ବଜାରରେ ବହୁ ବ୍ୟବସାୟୀ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି । ଫଳରେ ରାସ୍ତା ଜାମ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । ଏସବୁ ସମ୍ୟାକୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ପ୍ରାଥମିକ ବିଦ୍ୟାଳୟଠାରୁ ଉକୁଳେଇ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବ । ଇତିମଧ୍ୟରେ ରାସ୍ତାର ମାପ ମଧ୍ୟ ହୋଇସାରିଛି । ଶନିବାର ଡାକବାଜି ଯନ୍ତ୍ରଦ୍ୱାରା ବ୍ୟବସାୟୀ ଓ ଜବରଦଖଲକାରୀଙ୍କୁ ଅବଗତ କରାଯାଇଛି । ସୋମବାର ବଜାର ଜମି ଚି଼ହ୍ନଟ କରାଯିବ ।

ସରକାରୀ ଜମି ଜବରଦଖଲ କରିଥିବା ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ୩ଦିନ ମଧ୍ୟ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୋଣସି ବ୍ୟବସାୟୀ ଅଥବା ଜବରଦଖଲକାରୀ ଦୋକାନ ଖାଲି ନ କରନ୍ତି ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓ ପୋଲିସ ସହାୟତାରେ ଉଚ୍ଛେଦ କରାଯିବ ବୋଲି ରବିବାର ସୂଚନା ଦେଇଛନ୍ତି ତହସିଲଦାର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ