Masthead

ଅପହୃତା ଉଦ୍ଧାର, ୨ଗିରଫ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ପୋଲିସକୁ ମିଳିଛି ବଡ଼ ସଫଳତା । ଲେମ୍ବୋ ପଞ୍ଚାୟତ ମାଟିଗାଡ଼ିଆ ବେଠିଆହତା ଗାଁର ଜଣେ ଅପହୃତା ନାବାଳିକାକୁ ଉଦ୍ଧାର କରିଛି ପୋଲିସ । ଅପହରଣର ମୁଖ୍ୟ ଅଭିଯୁକ୍ତ ଧରମ ମମ୍ମି ଓ ଅପହରଣକାରୀ ଅଭିଯୁକ୍ତ ଭଗବାନ ମହାରଣାଙ୍କୁ ପୋଲିସ ଗିରଫ କରିଛି। ସେପ୍ଟେମ୍ବର ୧୮ରେ ନାବାଳିକା ତାଙ୍କ ମା’ଙ୍କୁ ସ୍କୁଟିରେ ନେଇ ସୁକିନ୍ଦା ତହସିଲ ଅଫିସରେ ଛାଡିଥିଲେ । ମାତ୍ର ସେ ଆଉ ଘରକୁ ଫେରିନଥିଲେ ।
କିଛିଦିନ ଘଟିଥିବା ଅନ୍ୟ ଏକ ଝିଅ ପହରଣ ମାମଲାର ପୋଲିସ ତଦନ୍ତ ଜାରି ରଖିଥିଲା । ମାତ୍ର ଅପହୃତାଙ୍କୁ ଠାବ କରିବାରେ ବିଳମ୍ବ ହୋଇଥିଲା । ପୋଲିସର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅପହୃତାଙ୍କ ପରିବାର ଲୋକେ ଅକ୍ଟୋବର ୧୫ରେ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଖିଅ ଖୋଜୁଥିବା ସୁକିନ୍ଦା ପୋଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା । ୫ତାରିଖ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଅପହୃତା ଓ ଅଭିଯୁକ୍ତଙ୍କୁ ଠାବ କରିଥିଲା ସୁକିନ୍ଦା ପୋଲିସ । ବାରମ୍ବାର ଅପଡୃତା ନାବାଳିକାର ମୋବାଇଲ ଲୋକେସନ ଟ୍ରାକ କରୁଥିଲା ସୁକିନ୍ଦା ପୋଲିସ । ଜୈନିକ ଟ୍ରକ ଡ୍ରାଇଭର ଉକ୍ତ ମୋବାଇଲ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ପୋଲିସ ଉକ୍ତ ଡ୍ରାଇଭର ମାଧ୍ୟମରେ ଧରମ ମମ୍ମିଙ୍କ ନିକଟରେ ପହଞ୍ôଚ ଖୋଳତାଡ଼ ଆରମ୍ଭ କରିଥିଲା । ସେ ପ୍ରଥମେ ଏହି ଘଟଣାରେ ସମ୍ପୃକ୍ତିକୁ ଏଡାଇ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଧରମ ମମ୍ମିଙ୍କ ମୁଖା ଖୋଲିଥିଲା । ଉକ୍ତ ମହିଳାଙ୍କର ପୂର୍ବରୁ ବହୁ ବେଆଇନ କାରବାରରେ ସମ୍ପୃକ୍ତି ଥିବା ପୋଲିସକୁ ସୂଚନା ମିଳିଛି । ତେବେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀ ମଇନା କରାଇଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ