Masthead

ଅପହୃତା ଉଦ୍ଧାର, ୨ଗିରଫ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ପୋଲିସକୁ ମିଳିଛି ବଡ଼ ସଫଳତା । ଲେମ୍ବୋ ପଞ୍ଚାୟତ ମାଟିଗାଡ଼ିଆ ବେଠିଆହତା ଗାଁର ଜଣେ ଅପହୃତା ନାବାଳିକାକୁ ଉଦ୍ଧାର କରିଛି ପୋଲିସ । ଅପହରଣର ମୁଖ୍ୟ ଅଭିଯୁକ୍ତ ଧରମ ମମ୍ମି ଓ ଅପହରଣକାରୀ ଅଭିଯୁକ୍ତ ଭଗବାନ ମହାରଣାଙ୍କୁ ପୋଲିସ ଗିରଫ କରିଛି। ସେପ୍ଟେମ୍ବର ୧୮ରେ ନାବାଳିକା ତାଙ୍କ ମା’ଙ୍କୁ ସ୍କୁଟିରେ ନେଇ ସୁକିନ୍ଦା ତହସିଲ ଅଫିସରେ ଛାଡିଥିଲେ । ମାତ୍ର ସେ ଆଉ ଘରକୁ ଫେରିନଥିଲେ ।
କିଛିଦିନ ଘଟିଥିବା ଅନ୍ୟ ଏକ ଝିଅ ପହରଣ ମାମଲାର ପୋଲିସ ତଦନ୍ତ ଜାରି ରଖିଥିଲା । ମାତ୍ର ଅପହୃତାଙ୍କୁ ଠାବ କରିବାରେ ବିଳମ୍ବ ହୋଇଥିଲା । ପୋଲିସର କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅପହୃତାଙ୍କ ପରିବାର ଲୋକେ ଅକ୍ଟୋବର ୧୫ରେ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଖିଅ ଖୋଜୁଥିବା ସୁକିନ୍ଦା ପୋଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା । ୫ତାରିଖ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଅପହୃତା ଓ ଅଭିଯୁକ୍ତଙ୍କୁ ଠାବ କରିଥିଲା ସୁକିନ୍ଦା ପୋଲିସ । ବାରମ୍ବାର ଅପଡୃତା ନାବାଳିକାର ମୋବାଇଲ ଲୋକେସନ ଟ୍ରାକ କରୁଥିଲା ସୁକିନ୍ଦା ପୋଲିସ । ଜୈନିକ ଟ୍ରକ ଡ୍ରାଇଭର ଉକ୍ତ ମୋବାଇଲ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ପୋଲିସ ଉକ୍ତ ଡ୍ରାଇଭର ମାଧ୍ୟମରେ ଧରମ ମମ୍ମିଙ୍କ ନିକଟରେ ପହଞ୍ôଚ ଖୋଳତାଡ଼ ଆରମ୍ଭ କରିଥିଲା । ସେ ପ୍ରଥମେ ଏହି ଘଟଣାରେ ସମ୍ପୃକ୍ତିକୁ ଏଡାଇ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଧରମ ମମ୍ମିଙ୍କ ମୁଖା ଖୋଲିଥିଲା । ଉକ୍ତ ମହିଳାଙ୍କର ପୂର୍ବରୁ ବହୁ ବେଆଇନ କାରବାରରେ ସମ୍ପୃକ୍ତି ଥିବା ପୋଲିସକୁ ସୂଚନା ମିଳିଛି । ତେବେ ନାବାଳିକା ଓ ଅଭିଯୁକ୍ତର ଡାକ୍ତରୀ ମଇନା କରାଇଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ