Masthead

ଚାରା ଘୋଟଲାର ଖୋଳତାଡ଼

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ତଦନ୍ତ ବେଳେ ପ୍ରକଳ୍ପ ସ୍ଥାନ ଗଛ ଶୂନ୍ୟ ଦେଖି ଆଶ୍ଚଯ୍ୟ ହେଲେ ଭିଜିଲାନ୍ସ ଅଧିକାରୀ । ଅସ୍ତରଙ୍ଗ ବ୍ଲକରେ ଚାରା ଦୁର୍ନୀତି ଘଟଣାକୁ ନେଇ ଆଜି ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଦୁଇଜଣିଆ ଟିମ ଅସ୍ତରଙ୍ଗରେ ପହଂଚି ଖୋଳତାଡ ଆରମ୍ଭ କରିଛନ୍ତି ।

.ଚାରା ଦୁର୍ନୀତି ଘଟଣାକୁ ନେଇ ନୂଆଗଡ ଗ୍ରାମର ଜିତେନ୍ଦ୍ର ସ୍ୱାଇଁ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ଭାର ଦିଆଯାଇଥିଲା । ଭିଜିଲାନ୍ସ ଡିଏସପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନଗର ପଂଚାୟତର ଦକ୍ଷିଣ ପନ୍ତାଳର ଗୋଖରାପଡିଆ ,ବାଲିପନ୍ତାଳର ଲଷ୍ମୀନାରାୟଣ ସମ୍ମୁଖ , କାଳିଆକଣ,ଦିନାଡିଆ ପ୍ରମୁଖ ସ୍ଥାନ ବୁଲି ଦେଖିଲେ ଭିଜିଲାନ୍ସ ଯିମ୍ । କୋଣସି ଗୋଟିଏ ଗଛ ନ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । .କିଛି ବ୍ୟକ୍ତି କହିଥିଲେ ଗଛ ଲାଗିଥିଲା, ଚୋରି ହୋଇଯାଇଛି ।
ତଦନ୍ତ ବେଳେ ନଗର ପଂଚାୟତର କ୍ଷେତ୍ରବାସୀ ବେହେରା ,ତୋଫାନ ବେହେରା ପ୍ରମୁଖ ଭିଜିଲାନ୍ସ ଅଧିକାରୀଙ୍କୁ ପ୍ରକଳ୍ପ ସ୍ଥାନ ବୁଲାଇ ଦେଖାଇଥିଲେ । . ଅନ୍ୟ ପକ୍ଷରେ ପୁରୀ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ବିଭାଗର କୋଟି କୋଟି ଟଙ୍କାର ଚାରା ରୋପଣ ପ୍ରହସରେ ପରିଣତ ହୋଇଛି । ଖାଲି ନଗର ପଂଚାୟତ ନୁହେଁ ନୂଆଗଡ ,ଝାଡଲିଙ୍ଗ , ତାଳଦା ପଂଚାୟତରେ ସମାନ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ