Masthead

ଆଜି ଭାରତ-ୱେଷ୍ଟଇଣ୍ଡିଜ ୪ର୍ଥ ଟି-୨୦; ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ । ପଞ୍ଚମ ମ୍ୟାଚ ବିଶିଷ୍ଠ ଏହି ସିରିଜର ୩ଟି ମ୍ୟାଚ ଶେଷ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ୨-୧ରେ ଆଗୁଆ ରହିଛି । ଆଜି ସିରିଜ ବରାବର ଲକ୍ଷରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ୱେଷ୍ଟଇଣ୍ଡିଜ ଏହି ମ୍ୟାଚରେ ବିଜୟ ହୁଏ ତେବେ ସିରିଜ କବଜା କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ । ଏହି ଦୁଇ ମ୍ୟାଚ ଭାରତ ପାଇଁ କର ବା ମର ସଦୃଶ ହୋଇଛି । ଶୃଙ୍ଖଳାକୁ ଜିତିବାକୁ ହେଲେ ଚତୁର୍ଥ ମ୍ୟାଚ୍‌ ପ୍ରଥମେ ହାତେଇବା ଜରୁରୀ ହୋଇପଡ଼ିଛି। ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ ଏହି ମ୍ୟାଚ ।

ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି । ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍‌ରେ ୨୦୧୦ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପୁରୁଷ ଓ ମହିଳା ବର୍ଗରେ ମୋଟ ୧୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଏଠାରେ ଆୟୋଜିତ ହୋଇଛି । ସେଥିମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଏହି ଷ୍ଟାଡିୟମ୍‌ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବି‌ଜୟୀ ହୋଇଛି । ଏହି ଷ୍ଟାଡିୟମ୍‌ରେ ସର୍ବାଧିକ ସ୍କୋର ୨୪୫/୬ ୱେଷ୍ଟଇଣ୍ଡିଜ୍‌ ନାମରେ ରହିଛି । ୨୦୧୬ରେ ଭାରତ ବିପକ୍ଷରେ ଏହି ସ୍କୋର ହୋଇଥିଲା । ଶନିବାରର ଚତୁର୍ଥ ମ୍ୟାଚ୍‌ ପାଇଁ ତିଳକ ବର୍ମା ଓ ସୂର୍ୟ୍ୟକୁମାର ଯାଦବଙ୍କ ଉପରେ ଅଧିକ ନଜର ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼