Masthead

କୋଣ-ଅନୁକୋଣରେ ପୂଜା, ‘ବଡ଼ ଖବର’ର ଶୁଭ ମନାସିଲେ ଲୋକେ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ପାଇଁ ଶୁଭ ମନାସିଲେ ସାଧାରଣ ଲୋକେ । ରାଜ୍ୟର କୋଣ-ଅନୁକୋଣରେ ହେଉଥିଲା ପୂଜା । ସମସ୍ତଙ୍କ ଭିତରେ ଥିଲା ଅଭୂତପୂର୍ବ ଉତ୍ସାହ । କଟକରୁ କୋରାପୁଟ, ବରଗଡ଼ରୁ ବାଲେଶ୍ୱର, ବ୍ରହ୍ମପୁରରୁ ବାରିପଦା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ ସବୁଠି ଥିଲା ପୂଜାପାଠ । ସ୍ଥାନୀୟ ଲୋକେ ଓ ‘ବଡ଼ ଖବର’ ପ୍ରତିନିଧିମାନଙ୍କ ମିଳିତ ଉଦ୍ୟମରେ ଏହା ଆୟୋଜିତ ହୋଇଥିଲା । ପବିତ୍ର ଦୁର୍ଗା ପୂଜା ଅବସରରେ ଉଦଘାଟିତ ହୋଇଛି ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ।

ଗୋଟିଏ ପଟେ ଭୁବନେଶ୍ୱରର ଟଙ୍କପାଣି ଛକସ୍ଥିତ ମୁଖ୍ୟାଳୟରେ ବୈଦିକ ମନ୍ତ୍ର ଚାଲିଥିଲା । ଅନ୍ୟପଟେ ସମାନ ଭାବେ ଦେବଦେବୀଙ୍କ ଆରାଧନାରେ ‘ବଡ଼ ଖବର’ ପାଇଁ ସାରା ରାଜ୍ୟ ଶୁଭ ମନାସୁ ଥିଲା । ଟିଭି ମିଡିଆ ଇତିହାସରେ ପ୍ରଥମଥର ଏଭଳି ହୋଇଛି ଯେ କୌଣସି ପୁଞ୍ଜିପତି କି ରାଜନେତା ନୁହେଁ, କିଛି ସାମ୍ବାଦିକ ଚ୍ୟାନେଲ ତିଆରି କରିଛନ୍ତି, ଯାହା ସଂପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପିତ ରହିବ । ଲୋକେ ମଧ୍ୟ ନିଜର ଚ୍ୟାନେଲ ‘ବଡ଼ ଖବର’କୁ ପ୍ରଥମ ଦିନରୁ ଭଲ ପାଇବା ଅଜାଡ଼ିଛନ୍ତି । ଏଭଳି ମାହୋଲ, ଜନସମର୍ଥନ ପୂର୍ବରୁ କୌଣସି ଟିଭି ଚ୍ୟାନେଲକୁ ମିଳି ନାହିଁ । ‘ବଡ଼ ଖବର’ର ଉଦଘାଟନ ଦିନରେ ସାରା ରାଜ୍ୟରେ ଯେଉଁଭଳି ପୂଜାର୍ଚ୍ଚନା କରାଗଲା, ତାହା ବାସ୍ତବିକ ଆମର ଦାୟିତ୍ୱକୁ ଅଧିକ ବଢାଇଦେଇଛି ବୋଲି ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି । ସେ ବିନମ୍ରତାର ସହ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ସାଧାରଣ ଲୋକେ ‘ବଡ଼ ଖବର’ରୁ ଯେଉଁ ଆଶା ରଖିଛନ୍ତି, ତାହା ନିଶ୍ଚୟ ପୂରା ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସ୍ୟାଟେଲାଇଟରେ ଚ୍ୟାନେଲ ଆରମ୍ଭ ହୋଇଥିଲେ ବି ଅଧିକାଂଶ ପ୍ଲାଟଫର୍ମରେ ଏହା ପହଞ୍ଚି ନ ଥିବାରୁ ଲୋକେ ଚ୍ୟାନେଲ ଦେଖି ପାରିନାହାନ୍ତି । ସେଥିଲାଗି ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଦାସ ଦୁଃଖ ପ୍ରକାଶ କରିଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ଡିଷ୍ଟ୍ରିବ୍ୟୁସନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ ପ୍ରୟାସ ଚାଲିଥିବା ସେ କହିଛନ୍ତି । ଏହାପରେ କେଉଁଠି କେତେ ନମ୍ବରରେ ଚ୍ୟାନେଲ ଉପଲବ୍ଧ ହେବ ଦର୍ଶକଙ୍କୁ ଅବଗତ କରାଯାଇପାରିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର