କୋଣ-ଅନୁକୋଣରେ ପୂଜା, ‘ବଡ଼ ଖବର’ର ଶୁଭ ମନାସିଲେ ଲୋକେ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ପାଇଁ ଶୁଭ ମନାସିଲେ ସାଧାରଣ ଲୋକେ । ରାଜ୍ୟର କୋଣ-ଅନୁକୋଣରେ ହେଉଥିଲା ପୂଜା । ସମସ୍ତଙ୍କ ଭିତରେ ଥିଲା ଅଭୂତପୂର୍ବ ଉତ୍ସାହ । କଟକରୁ କୋରାପୁଟ, ବରଗଡ଼ରୁ ବାଲେଶ୍ୱର, ବ୍ରହ୍ମପୁରରୁ ବାରିପଦା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ ସବୁଠି ଥିଲା ପୂଜାପାଠ । ସ୍ଥାନୀୟ ଲୋକେ ଓ ‘ବଡ଼ ଖବର’ ପ୍ରତିନିଧିମାନଙ୍କ ମିଳିତ ଉଦ୍ୟମରେ ଏହା ଆୟୋଜିତ ହୋଇଥିଲା । ପବିତ୍ର ଦୁର୍ଗା ପୂଜା ଅବସରରେ ଉଦଘାଟିତ ହୋଇଛି ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ।

ଗୋଟିଏ ପଟେ ଭୁବନେଶ୍ୱରର ଟଙ୍କପାଣି ଛକସ୍ଥିତ ମୁଖ୍ୟାଳୟରେ ବୈଦିକ ମନ୍ତ୍ର ଚାଲିଥିଲା । ଅନ୍ୟପଟେ ସମାନ ଭାବେ ଦେବଦେବୀଙ୍କ ଆରାଧନାରେ ‘ବଡ଼ ଖବର’ ପାଇଁ ସାରା ରାଜ୍ୟ ଶୁଭ ମନାସୁ ଥିଲା । ଟିଭି ମିଡିଆ ଇତିହାସରେ ପ୍ରଥମଥର ଏଭଳି ହୋଇଛି ଯେ କୌଣସି ପୁଞ୍ଜିପତି କି ରାଜନେତା ନୁହେଁ, କିଛି ସାମ୍ବାଦିକ ଚ୍ୟାନେଲ ତିଆରି କରିଛନ୍ତି, ଯାହା ସଂପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପିତ ରହିବ । ଲୋକେ ମଧ୍ୟ ନିଜର ଚ୍ୟାନେଲ ‘ବଡ଼ ଖବର’କୁ ପ୍ରଥମ ଦିନରୁ ଭଲ ପାଇବା ଅଜାଡ଼ିଛନ୍ତି । ଏଭଳି ମାହୋଲ, ଜନସମର୍ଥନ ପୂର୍ବରୁ କୌଣସି ଟିଭି ଚ୍ୟାନେଲକୁ ମିଳି ନାହିଁ । ‘ବଡ଼ ଖବର’ର ଉଦଘାଟନ ଦିନରେ ସାରା ରାଜ୍ୟରେ ଯେଉଁଭଳି ପୂଜାର୍ଚ୍ଚନା କରାଗଲା, ତାହା ବାସ୍ତବିକ ଆମର ଦାୟିତ୍ୱକୁ ଅଧିକ ବଢାଇଦେଇଛି ବୋଲି ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି । ସେ ବିନମ୍ରତାର ସହ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ସାଧାରଣ ଲୋକେ ‘ବଡ଼ ଖବର’ରୁ ଯେଉଁ ଆଶା ରଖିଛନ୍ତି, ତାହା ନିଶ୍ଚୟ ପୂରା ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସ୍ୟାଟେଲାଇଟରେ ଚ୍ୟାନେଲ ଆରମ୍ଭ ହୋଇଥିଲେ ବି ଅଧିକାଂଶ ପ୍ଲାଟଫର୍ମରେ ଏହା ପହଞ୍ଚି ନ ଥିବାରୁ ଲୋକେ ଚ୍ୟାନେଲ ଦେଖି ପାରିନାହାନ୍ତି । ସେଥିଲାଗି ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଦାସ ଦୁଃଖ ପ୍ରକାଶ କରିଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ଡିଷ୍ଟ୍ରିବ୍ୟୁସନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ ପ୍ରୟାସ ଚାଲିଥିବା ସେ କହିଛନ୍ତି । ଏହାପରେ କେଉଁଠି କେତେ ନମ୍ବରରେ ଚ୍ୟାନେଲ ଉପଲବ୍ଧ ହେବ ଦର୍ଶକଙ୍କୁ ଅବଗତ କରାଯାଇପାରିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!