Masthead

ଆସ୍ଥାନାଙ୍କ ନିଯୁକ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ପୁଲିସ କମିଶନର ଭାବେ ରାକେଶ ଆସ୍ଥାନାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଦର୍ଶାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ । ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୃହ ମନ୍ତ୍ରାଳୟଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀ ଓକିଲ ଏମ୍.ଏଲ ଶର୍ମା କହିଛନ୍ତି ଯେ ଜୁଲାଇ ୩୧ରେ ରାକେଶ ଆସ୍ଥାନା ଅବସର ଗ୍ରହଣ କରିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଆସ୍ଥାନାଙ୍କୁ ନିଯୁକ୍ତି ଦିଆଯାଇଛି।

ଅନ୍ୟପଟେ ଦିଲ୍ଲୀ ବିଧାନସଭା ଗୁରୁବାର ଆସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରିଛି। ଅବସର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀର ପୁଲିସ କମିଶନର ଭାବରେ ନିଯୁକ୍ତ କରାଯିବା ବେଆଇନ୍ ବୋଲି ଦିଲ୍ଲୀର ଆପ୍ ସରକାର କହିଛି। ଦିଲ୍ଲୀ ବିଧାନସଭା ଗୁରୁବାର ଆସ୍ଥାନାଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରି ଗୃହ ମନ୍ତ୍ରାଳୟକୁ ନିଯୁକ୍ତି ପ୍ରତ୍ୟାହାର କରିବାକୁ କହିଥିଲେ। ଆପ୍ କହିଛନ୍ତି, ଏହି ନିଯୁକ୍ତି କେବଳ ଅସାମ୍ବିଧାନିକ ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି।

ଦିଲ୍ଲୀ ପୁଲିସ ମୁଖ୍ୟଙ୍କ କାର୍ଯ୍ୟକାଳ ଅବଧି ବର୍ଷେ ବଢ଼ାଇଛନ୍ତି କେନ୍ଦ୍ରସରକାର। ସୁପ୍ରିମକୋର୍ଟ ଜୁଲାଇ ୩,୨୦୧୮ରେ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରୁଛି ବୋଲି ଆବେଦନକାରୀ ଆବେଦନ ପତ୍ରରେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୁଲିସର ମୁଖ୍ୟ ପଦବୀରେ ଅବସ୍ଥାପିତ ଅଧିକାରୀ ଅବସର ଗ୍ରହଣ କରିବାର ତିନିମାସ ପୂର୍ବରୁ ୟୁପିଏସସିକୁ ଜଣାଇବାକୁ ହେବ। ଆବେଦନରେ ଯୁକ୍ତି ଦର୍ଶାଯାଇଛି ଯେ କ୍ୟାବିନେଟର ନିଯୁକ୍ତି କମିଟିରେ ମୋଦି, ଶାହ ରହିଛନ୍ତି। ସେମାନଙ୍କ ନିଷ୍ପତ୍ତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତେଣୁ ଉଭୟଙ୍କ ବିରୋଧରେ କୋର୍ଟର ଅବମାନନା ରୁଜୁ ହେବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?