Masthead

ସୁଧୁରୁନି ଚୀନ୍‌, ଉତ୍ତରାଖଣ୍ଡରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁଧୁରୁନି ଚୀନ୍‌…ବାର ବାର ଚେତାବନୀ ପରେ ବି ନିଜ ସ୍ଵଭାବ ଛାଡ଼ିପାରୁନି ଡ୍ରାଗନ । ଏଥର କିନ୍ତୁ ଉତ୍ତରାଖଣ୍ଡରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଛି ଡ୍ରାଗନ । ଚୀନ୍‌ର ପାଖାପାଖି ୧୦୦ଜଣ ସୈନ୍ୟ ଭାରତୀୟ ସୀମାକୁ ଅତିକ୍ରମ କରିଛନ୍ତି। ଗତ ମାସରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଅନୁପ୍ରବେଶ କରିଛନ୍ତି ।

ପୂର୍ବରୁ ପୂର୍ବ-ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍‌ ସେନା ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ରାତିରେ ଲଦାଖ୍‌ର ଗଲୱାନ ଘାଟିରେ ଭାରତୀୟ ସେନା ଉପରେ ଷଡ଼ଯନ୍ତ୍ରପୂର୍ଣ୍ଣ ଆକ୍ରମଣ କରିଥିଲା। ଭାରତର ଅଂଚଳକୁ ନିଜ ଦଖଲକୁ ନେବାପାଇଁ ପ୍ରୟାସକୁ ବି କରିଥଲା। ହେଲେ ଶେଷରେ ଚିନର ଯୋଜନା ସବୁ ପଣ୍ଡ ହୋଇଥିଲା। ଚୀନ୍‌ ତା’ର ବିସ୍ତାରବାଦୀ ଯୋଜନାରେ ଭାରତର ଇଞ୍ଚେ ଜମି ଅକ୍ତିଆର୍‌ କରିବାକୁ ପ୍ରୟାସ କଲେ ଚୀନ୍‌କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଭାରତ ଚେତାଇ ଦେଇଥିଲା। ଭୌଗୋଳିକ ଅଖଣ୍ଡତା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବନାହିଁ। ଆବଶ୍ୟକସ୍ଥଳେ ଏଲ୍‌ଏସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ସୀମା ପରିଚାଳନା ନୀତି‌ରେ ବି ଭାରତ ବଡ଼ ପରିବର୍ତ୍ତନ କରିବାକୁ ପଛାଇବ ନାହିଁ ବୋଲି ସିଧା ସିଧା କହିଥିଲା। ଲଦାଖ୍‌ ଏବଂ ଉତ୍ତରାଖଣ୍ଡରେ ଚୀନ୍‌ ସୀମାରେ ଭାରତର ସେନା ମୁତୟନ ବଢ଼ାଇ ଦିଆଯିବା ସହ ବିପୁଳ ଯୁଦ୍ଧାସ୍ତ୍ର ଠୁଳ କରାଯାଇଥିଲା। ଗଲ୍‌ୱାନ୍‌ ଘାଟିରେ ଚୀନ୍‌ ଭାରତର ଅଂଚଳକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବା ଏବଂ ୨୦ ଜଣ ସୈନିକ ସହିଦ ହେବାକୁ ଭାରତ ଅତି ଗମ୍ଭୀରତାର ସହ ନେଇଥିଲା। ଚୀନ୍‌କୁ ତା’ ନିଜ ଭାଷାରେ ହିଁ ଜବାବ ଦେଇଥିଲା ଭାରତ। ୩,୪୮୮ କିମି ଏଲ୍‌ଏସିରେ ହାଇ ଆଲର୍ଟ ଜାରି କରାଯାଇଥଲା। ଚୀନ୍‌ ଯଦି ପୁନର୍ବାର ଭାରତର ଅଂଚଳକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ଏହାର ଭୟଙ୍କର ଜବାବ ମିଳିବ ବୋଲି ସ୍ପଷ୍ଟ କରିଦିଆଯିବା ପରେ କିଛି ମାସ ଶାନ୍ତ ପଡ଼ିଥିଲା ଏବେ ପୁଣି ନାଲି ଆଖି ଦେଖାଇବା ଆରମ୍ଭ କଲାଣି। ୨୦୧୭ରେ ଚୀନ୍‌ ଭାରତୀୟ ଅଂଚଳକୁ ୪୭୩ ଥର ଅନୁପ୍ରବେଶ କରିଥିବା ବେଳେ ୨୦୧୮ରେ ୪୦୪, ୨୦୧୯ରେ ୬୬୩ ଥର ଅନୁପ୍ରବେଶ କରିଥିଲା। ତେବେ ଏହାରି ଭିତରେ ୨୦୨୦-୨୧ରେ ବି ବହୁବାର ଅନୁପ୍ରବେଶ କରିସାରିଲାଣି।

ଚୀନ୍‌ ସେନା ଉତ୍ତରାଖଣ୍ଡଅନୁପ୍ରବେଶ କରିଥିଲେ । ଶତାଧିକ ଚୀନ୍ ସେନା ୫୦ ରୁ ଅଧିକ ଘୋଡ଼ା ନେଇ ଭାରତୀୟ ସୀମାର ୫ କିମି ଭିତରକୁ ପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ସେମାନ ଉକ୍ତ ଅଞ୍ଚଳରୁ ଫେରିଯାଇଥିଲେ । ଏପିରିକି ଚୀନ୍‌ ସୈନିକମାନେ ନିଜ ସୀମାକୁ ଫେରିବା ସମୟରେ ଭାରତୀୟ ଅଞ୍ଚଳରେ ଥିବା ଏକ ପୋଲକୁ ଧ୍ୱଂସ କରିଦେଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିକୁ ଆଖିରେ ରଖି ଚୀନ୍‌ ସେନା ଅନୁପ୍ରବେଶ କରିଥିବା ଅଞ୍ଚଳରେ ଭାରତ ଆଇଟିବିପି ଯବାନ ମୃତୟନ କରିଛି। ତେବେ ସୀମାରେ ଏପରି ବିବାଦୀୟ ସ୍ଥିତି ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ