Masthead

ଅତାବିରା ଏନଏସି ନିର୍ବାଚନ, ୧୨ ୱାର୍ଡ ପାଇଁ ଚାଲିଛି ଭୋଟ ଗ୍ରହଣ

ଅତାବିରା(ବଡ଼ ଖବର ବ୍ୟୁରୋ): ବରଗଡ଼ ଅତାବିରା ଏନଏସି ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୮ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିବ । ବୁଥ ଗୁଡିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଅତାବିରାର ସମସ୍ତ ୧୨ ୱାର୍ଡ ପାଇଁ ୧୬ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ ଏବଂ ୩ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି ଅତାବିରା ବାଳିକା ହାଇସ୍କୁଲର ୨ନମ୍ବର ବୁଥକୁ ପିଙ୍କ ବୁଥ କରାଯାଇଛି । ନିର୍ବାଚନ କାର୍ଯ୍ୟରେ ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଅତାବିରା ଗ୍ରାମ ପଞ୍ଚାୟତ ଓ ଲାଦରପାଲି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଅତାବିରା ଏନଏସିକୁ ୧୨ଟି ୱ।ର୍ଡରେ ଭାଗ କରାଯାଇଛି । ଏନଏସି ଗଠନ ପରେ ଏହା ତୃତୀୟ ନିର୍ବାଚନ । ଏଥର ଭୋଟର ସଂଖ୍ୟା ରହିଛି ୧୩ ହଜାର ୫୨୦ ତନ୍ମଧ୍ୟରୁ ୬୭୪୩ ଜଣ ପୁରୁଷ ଭୋଟର ଥିବାବେଳେ ୬୭୭୭ ଜଣ ମହିଳା ଭୋଟର । ଅତାବିରା ଏନଏସି ଗଠନ ହେବାପରେ ୨୦୧୩ରେ ପ୍ରଥମ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ଛଅ,ବିଜେଡି ଛଅ ୱାର୍ଡରେ ବିଜୟ ଲାଭ କରି କଂଗ୍ରେସ ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିଲା । ସେହିପରି ୨୦୧୮ ଦ୍ୱିତୀୟ ନିର୍ବାଚନରେ ସମୁଦାୟ ୧୨ଗୋଟି ୱାର୍ଡରେ ବିଜେଡି ବିଜୟ ହାସଲ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା