Masthead

ସରକାରୀ ଦଳକୁ Expose କଲେ ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ବିଜୁ ଜନତା ଦଳର ଚିନ୍ତା । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତାଲିକାରେ କମ ସେ କମ ୨୭ ପ୍ରତିଶତ ସ୍ଥାନ ଓବିସିଙ୍କୁ ଦେବ । ବିଜେଡି ନେତା ଘୋଷଣା କରିଥିଲେ ଓବିସିଙ୍କୁ ସଶକ୍ତ କରିବାକୁ । କିନ୍ତୁ ବିଜେଡିର ଘୋଷଣା କେଡ଼େ ବଡ଼ ଧୋକା ଥିଲା ତାହା ସରକାର ଏକ୍ସପୋଜ କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଆଗରୁ ହିଁ ସରକାରୀ ଭାବେ ଓବିସି ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି ।

ଓବିସିଙ୍କ ପାଇଁ ବିଜେଡି ଦୟା ଦେଖାଇ ନୁହେଁ ବରଂ ୨୭ ପ୍ରତିଶତ ସ୍ଥାନ ଦେବାକୁ ବାଧ୍ୟ । ଖାଲି ବିଜେଡି କାହିଁକି ସବୁ ଦଳ ଓବିସିଙ୍କୁ ୨୭ ପ୍ରତିଶତ ଟିକଟ ଦେବାକୁ ବାଧ୍ୟ । ଗତକାଲି ବିଧାନସଭାରେ ପଞ୍ଚାୟତ ରାଜ ଆଇନର ସଂଶୋଧନ ପରେ ଆଜି ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଓଡ଼ିଶା ଗ୍ରାମ ପଞ୍ଚାୟତ ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଓ ଓଡିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ରେ ପଛୁଆ ବର୍ଗ ଓ ନାଗରିକଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଆସୁଛି ।

ପ୍ରେସ ବିଜ୍ଞପ୍ତିିର ପ୍ରଥମ ପାରା ରେ ହିଁ ରାଜ୍ୟ ସରକାର ଏହା ସ୍ପଷ୍ଟ କରିଛନ୍ତି । ଯଦି ଆଇନରେ ହିଁ ୨୭ ପ୍ରତିଶଷ ଓବିସିଙ୍କ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି ତାହାଲେ କେଉଁ ଆଧାରରେ ସରକାରୀ ଦଳ ବିଜେଡିର ନେତା ଏପରିକି ଖୋଦ ମନ୍ତ୍ରୀମାନେ ଆସି ବାହାସ୍ପଷ୍ଟର ସହ କହିଥିଲେ ଓବିସିଙ୍କ ପାଇଁ ବିଜେଡି଼ ୨୭ ପ୍ରତିଶତ ଆସନ ଦେବ । ବିଜେଡି ପ୍ରେସମିଟ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇଥିଲା । ଯାହା ପୂର୍ବରୁ ଆଇନରେ ଅଛି ସେକଥା ଉଲ୍ଲେଖ ନକରି ଯେମିତି ବିଜେଡି ଓବିସିଙ୍କର ମସିହା ସେମିତି ମତ ଉପସ୍ଥାପିତ କରିଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ପୂର୍ବରୁ ୨୭ ପ୍ରତିଶତର ବ୍ୟବସ୍ଥା ଅଛି, ତାହାଲେ ତାହା କଣ ବିଜେଡି ଉପରେ ଲାଗୁ ହେଉ ନାହିଁ କି ? ଆଇନରେ ଥିବା ବ୍ୟବସ୍ଥାକୁ ନଜଣାଇ ସେହି କଥାକୁ ପାଳନ କରି ବାହାଦୁରି ନେବା କେଉଁ ପ୍ରକାର ରାଜନୀତି ? କଣ ଶାସକ ଦଳର ନେତାମାନେ ଜାଣିନାହାଁନ୍ତି ପୂର୍ବରୁ ହିଁ ପଞ୍ଚାୟତ ରାଜରେ ଓବସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି ? ନା ରାଜନୀତି ପାଇଁ ଓବିସିଙ୍କୁ ଭୁଆଁ ଭୁଲାଇବା ପାଇଁ ବିଜେଡି ସତକୁ ଲୁଚାଇଥିଲା ?

ଯଦି ଆମେ ପଞ୍ଚାୟତରାଜର ପ୍ରେସ ବିଜ୍ଞପ୍ତିକୁ ଦେଖିବା ତାହାଲେ ବିଭାଗ ସ୍ପଷ୍ଟ କରିଛି ପଞ୍ଚାୟତରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚନ ନିମନ୍ତେ ପଛୁଆ ବର୍ଗ ଓ ନାଗରିକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସ୍ଥାନର ସବୋର୍ଚ୍ଚ ସରଂକ୍ଷଣ ସୀମାକୁ ୨୭ ପ୍ରତିଶତରେ ସୀମିତ ରଖାଯିବ । ସେହିିଭଳି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ସୀମା ୨୩ ପ୍ରତିଶତ ରହିବ । ଅର୍ଥାତ ଆଗାମୀ ନିର୍ବାଚନରେ ସମୁଦାୟ ସଂରକ୍ଷଣ ୫୦ ପ୍ରତିିଶତ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼