Masthead

ଅପରାଧର ସାମ୍ରାଜ୍ୟ ଚଲାଉଥିଲା ଅତିକ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ):  ପ୍ରୟାଗରାଜର ଚକିଆ ସ୍ଥିତ ଅତିକର କାର୍ଯ୍ୟାଳୟରେ ରକ୍ତର ଛିଟା । ଏକଦା ସେଠି ବସି ଅପରାଧର ସାମ୍ରାଜ୍ୟ ଚଲାଉଥିଲା ଅତିକ । ଆଉ କାର୍ଯ୍ୟାଳୟର ଦୃଶ୍ୟ ଦେଖି ତାଜୁବ ହୋଇଯାଇଛି ୟୁପି ଏଟିଏସ । ଅତିକ କାର୍ଯ୍ୟାଳୟର ବହୁ ସ୍ଥାନରେ ଲାଗିଛି ରକ୍ତର ଛିଟା । ମିଳିଛି ରକ୍ତ ଜୁଡୁବୁଡୁ ଓଢଣୀ । ରକ୍ତଭିଜା ଛୁରୀ ଜବତ କରିଛି ପୁଲିସ । ହେଲେ ରକ୍ତର ଛିଟା, ରକ୍ତଭିଜା ଓଢଣୀ କାହାର ସ୍ପଷ୍ଟ ହୋଇନାହିଁ । କିନ୍ତୁ ରକ୍ତ ଭିଜା ଛୁରୀ ପ୍ରମାଣ କରୁଛି କାର୍ଯ୍ୟାଳୟରେ କାହାକୁ ହତ୍ୟା କରାଯାଇଛି । ଯଦି ହତ୍ୟା ହୋଇଛି, ମୃତଦେହ ଏବେ କେଉଁଠି? ରକ୍ତ ଭିଜା ଓଢଣୀ ମିଳିଥିବାରୁ କୌଣସି ମହିଳାଙ୍କୁ ହତ୍ୟା କରାଯାଇଥିବା ଏସଟିଏପ୍ ସନେ୍ଦହ କରୁଛି ।

କାର୍ଯ୍ୟାଳୟର ପ୍ରଥମ ମହଲାରୁ ଛାତକୁ ଯିବା ସିଡିର ସ୍ଥାନେ ସ୍ଥାନେ ରକ୍ତ ଜମାଟ ବାନ୍ଧି ଶୁଖି ଯାଇଛି । ଚକିଆ ସ୍ଥିତ ଅତିକର ଏହି କାର୍ଯ୍ୟାଳୟ ଉପରେ ୨୦୧୭ରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ ପକ୍ଷରୁ ବୁଲଡୋଜଲ ଚଲାଯାଇଥିଲା । ସେହି ଦିନଠୁ ଅତିକର କାର୍ଯ୍ୟାଳୟ ଶୂନଶାନ ହୋଇଯାଇଥିଲା । ଏବେ ଅତିକ ଅହମ୍ମଦ ସୁଟଆଉଟରେ ନିହତ ହେବା ପରେ ତା’ କାର୍ଯ୍ୟାଳୟ ଉପରେ ଚଢାଉ କରି ଖୋଳତାଡ ଚଲାଇଛି ୟୁପି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ