Before Header

ଥାନାରୁ ଚମ୍ପଟ ଘଟଣାପରେ ବଦଳିଲେ ପୋଲିସ କର୍ମଚାରୀ

0 110

ଆନନ୍ଦପୁର(ବଡ଼ ଖବର ବ୍ୟୁରୋ); ପୋଲିସ କର୍ମୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଗତକାଲି ଆନନ୍ଦପୁର ଥାନାରୁ ସକାଳ ସାଢେସାତଟା ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ଅଭିଯୁକ୍ତକୁ ଦୀର୍ଘ ସମୟ ଖୋଜାଖୋଜି କରିବାପରେ ଆନନ୍ଦପୁର ନଦୀ କୂଳରେ ଏକ ବୁଦା ମୂଳେ ଲୁଚିଥିବାବେଳେ ତାକୁ ଉଦ୍ଧାରକରି ପୁଣି ଗିରଫ କରାଯାଇଥିଲା । ଏହି ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ଅବହେଳା କରିଥିବା ଜଣେ ଏସଆଇ ଓ ଦୁଇ କନେଷ୍ଟବଳଙ୍କୁ ଆନନ୍ଦପୁର ଥାନାରୁ ବଦଳି କରାଯାଇଛି ।

Leave A Reply

Your email address will not be published.