Before Header

ହୋଟେଲରୁ ମିଳିଲା ଡେପୁଟି ସିଏମଓଙ୍କ ଶବ

0 209

ପ୍ରୟାଗରାଜ(ବଡ଼ ଖବର ବ୍ୟୁରୋ): ପ୍ରୟାଗରାଜ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୁନୀଲ ସିଂହଙ୍କ ଆତ୍ମହତ୍ୟା । ବାରଣାସୀ ବାସିନ୍ଦା ୪୬ବର୍ଷ ବୟସ୍କ ସୁନୀଲ ସିଂହ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରୟାଗରାଜର ହୋଟେଲ ବିଠଲର ରୁମ୍ ନମ୍ବର ୧୦୬ରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ନୋଡାଲ ଅଫିସର ଥିବା ସୁନୀଲଙ୍କ ଆତ୍ମହତ୍ୟା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚକିତ କରିଛି । ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନି। ଘରୋଇ ଅସନ୍ତୋଷରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଶବ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.