Masthead

‘ମୋ ରାଜ୍ୟରେ ମୋ ଉପରେ ଆକ୍ରମଣ ଲଜ୍ଜାଜନକ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଆକ୍ରମଣ ଘଟଣା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ । ସେ କହିଛନ୍ତି ଏହା ମୋ ପାଇଁ ଲଜ୍ଜ୍ୟାଜନକ ଘଟଣା । ତାଙ୍କରି ରାଜ୍ୟରେ ତାଙ୍କ ଉପରେ ଆକ୍ରମଣ ହେବା ପରେ, ତାଙ୍କୁ ଖରାପ ଲାଗୁଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ମେ ୩ ତାରିଖ ୨୦୨୩ରେ ମଣିପୁରରେ ଦୁଇଟି ସମୁଦାୟ ଭିତରେ ହିଂସା ଦେଖିବାକୁ ମିଳିଥିଲା । କୁକୀ ଏବଂ ମୈତେଇ ସମାଜର ଲୋକଙ୍କ ଭିତରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ତେବେ ବର୍ତ୍ତମାନ କିନ୍ତୁ ବଡ ଧରଣର ନହେଲେ ବି, ଛୋଟ ଛୋଟ ହିଂସା ଘଟଣା ଦେଖିବାକୁ ମିଳୁଛି । ନିକଟରେ ଆସାମ ସୀମାକୁ ଲାଗି ଥିବା ଜିରିବାମ୍ ଅଞ୍ଚଳରେ ମଧ୍ୟ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ସେହି ସ୍ଥାନକୁ ଯିବାକୁ ବାହାରିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ତାଙ୍କ ଉପରକୁ ଆକ୍ରମଣ ହେଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା, ଗତ ବର୍ଷେ ହେଲା ମଣିପୁରରେ ଯାହା ବି ହେଉଛି, ପ୍ରଥମରୁ ତା ସ୍ଥିତି ଗମ୍ଭୀର ଥିଲା । ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ଆସିବା ପରେ ସ୍ଥିତିରେ ସୁଧାର ଆସିଛି । ତେବେ ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ