Before Header

ରାସ୍ତାରୁ ଟେକି ନେଇ ଜବରଦସ୍ତି ନାବାଳିକାକୁ ବଳାତ୍କାର ଉଦ୍ୟମ

0 20

କେନ୍ଦ୍ରପଡା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ବିଚ ରାସ୍ତା ଉପରୁ ଟେକି ନେଇ ବଳାତ୍କାର କରିବାକୁ ଉଦ୍ୟମ । ରାଜନଗର ପଟାମୁଣ୍ଡାଇ ରାସ୍ତାର ସାନବଡ଼ଗୋପାଳପୁର ନିକଟରେ ରାସ୍ତା ଉପରୁ ନାବାଳିକାଙ୍କୁ ଘୋଷାଡି ବୁଦା ମଧ୍ୟକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଗତ କାଲି ରାତି ୯ ଟା ସମୟରେ ଘଟିଛି। ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଦୋକାନୀ ଓ ପଥଚାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା ସୂଚନା ମିଳିଛି ।

ଯୁବକ ଜଣକ ହେଉଛନ୍ତି ରାଜନଗର ଡ଼ିଆପାରୀ ଗାଁର ବାପୁଜୀ ସେଠି ବୋଲି ଜଣାପଡିଛି। ତେବେ ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ରହିଛି। ତେବେ ଦିନକୁ ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରି, ଡ଼କାୟତି, ଅପହରଣ, ଲୁଟ ଓ ଦୁଷ୍କର୍ମ ଘଟଣା ବଢ଼ି ଚାଲୁଥିବା ବେଳେ କ୍ରାଇମକୁ ରୋକ ଲଗାଇବାରେ ଜିଲ୍ଲା ପୋଲିସ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଗତକାଲି ରାଜନଗର ଘଟଣା ସମସ୍ତଙ୍କୁ ହତବାକ କରିଦେଇଥିବା ବେଳେ ରାଜନଗର ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।

 

Leave A Reply

Your email address will not be published.