Masthead

ନିଶାସକ୍ତ ଅବସ୍ଥାରେ ମଝି ଆକାଶରେ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ । ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗିରଫ । ବ୍ୟକ୍ତିଜଣକ ନିଶାଶକ୍ତ ଥିବା କୁହାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୬ଇ ୩୦୮ ନମ୍ବର ଦିଲ୍ଲୀ ବେଙ୍ଗାଲୁର ଇଣ୍ଡିଗୋ ଫ୍ଲାଇଟ ଶୁକ୍ରବାର ସକାଳ ୭ଟା ୫୬ରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବାହାରି ବିଦେଶ ଅଭିମୁଖେ ଯାଉଥିଲା । ବିମାନରେ ନିଶାଶକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀ ଜଣକ ଜରୁରୀକାଳୀନ ଏଗଜିଟର ଫ୍ଲାପ୍ ଖୋଲିବାକୁ ଉଦ୍ୟମ କରିଥିଲେ ।

ଏହା ଦେଖି ପରିଚାଳିକା ପାଇଲଟଙ୍କୁ କହିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ତାଗିଦ କରାଯାଇଥିଲା । ତେବେ ବିମାନଟି ବେଙ୍ଗାଲୁରରେ ପହଞ୍ଚିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏପରି ଘଟଣା ନୂଆ ନୁହଁ । ଏହା ପୂର୍ବରୁ ମଧ୍ୟ ଜଣେ ପାସେଞ୍ଜର ଇଣ୍ଡିଗୋ ବିମାନରେ ମୁମ୍ବାଇ ଯାଉଥିବାବେଳେ ଜରୁରିକାଳୀନ ଦ୍ୱାର କଭର ବାହାର କରିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ । ସେତେବେଳେ ବିମାନଟି ମଝି ଆକାଶରେ ଉଡୁଥିଲା । ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି