Masthead

ନିଶାସକ୍ତ ଅବସ୍ଥାରେ ମଝି ଆକାଶରେ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ । ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗିରଫ । ବ୍ୟକ୍ତିଜଣକ ନିଶାଶକ୍ତ ଥିବା କୁହାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୬ଇ ୩୦୮ ନମ୍ବର ଦିଲ୍ଲୀ ବେଙ୍ଗାଲୁର ଇଣ୍ଡିଗୋ ଫ୍ଲାଇଟ ଶୁକ୍ରବାର ସକାଳ ୭ଟା ୫୬ରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବାହାରି ବିଦେଶ ଅଭିମୁଖେ ଯାଉଥିଲା । ବିମାନରେ ନିଶାଶକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀ ଜଣକ ଜରୁରୀକାଳୀନ ଏଗଜିଟର ଫ୍ଲାପ୍ ଖୋଲିବାକୁ ଉଦ୍ୟମ କରିଥିଲେ ।

ଏହା ଦେଖି ପରିଚାଳିକା ପାଇଲଟଙ୍କୁ କହିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ତାଗିଦ କରାଯାଇଥିଲା । ତେବେ ବିମାନଟି ବେଙ୍ଗାଲୁରରେ ପହଞ୍ଚିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏପରି ଘଟଣା ନୂଆ ନୁହଁ । ଏହା ପୂର୍ବରୁ ମଧ୍ୟ ଜଣେ ପାସେଞ୍ଜର ଇଣ୍ଡିଗୋ ବିମାନରେ ମୁମ୍ବାଇ ଯାଉଥିବାବେଳେ ଜରୁରିକାଳୀନ ଦ୍ୱାର କଭର ବାହାର କରିବାକୁ ଚେଷ୍ଟା କରି ଗିରଫ ହୋଇଥିଲେ । ସେତେବେଳେ ବିମାନଟି ମଝି ଆକାଶରେ ଉଡୁଥିଲା । ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ