Before Header

ପତଳା ହେଉଛି ପକେଟ, ବୃଦ୍ଧି ହେଉଛି ଦରଦାମ

0 78

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ସବୁଆଡ଼େ ମହଙ୍ଗା ମାଡ଼ । ଦରଦାମରେ ବୃଦ୍ଧି ଘଟୁଥିବା କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପେଟ୍ରୋଲ ଦର ୧୦୦ ପାର କରିଛି । ଏବେ ଡିଜେଲ ଦାମ ବି ୧୦୦ ମୁହାଁ । ଦରଦାମ ବୃଦ୍ଧି କାରଣରୁ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ତେବେ କେବଳ ପେଟ୍ରୋଲ ବା ଡିଜେଲ ନୁହେଁ । ଖାଇବା ତେଲ ଠାରୁ ଆରମ୍ଭ କରି ତେଜରାତି, ପରିବା ଆଦିର ଦାମରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ । ତେବେ ନିୟମିତ ଭାବେ ଦରଦାମ ବୃଦ୍ଧି ଘଟୁଥିବାର କାରଣ କରୋନା ମହାମାରୀକୁ ଦିଆଯାଉଛି । କିନ୍ତୁ ଦରଦାମ ଏବେ ନୁହେଁ ବରଂ ଗତବର୍ଷ ମଧ୍ୟ ଅଧିକ ରହିଥିଲା । ଯାହା ଚଳିତବର୍ଷରେ ଆହୁରି ବେଶୀ ବୃଦ୍ଧି ଘଟିଛି । ପ୍ରତିଟି ଦ୍ରବ୍ୟର ଆକାଶ ଛୁଆଁ ଦାମ ରହିଛି । ଏହାର ଏକ ତୁଳନାତ୍ମକ ବିବରଣୀକୁ ନଜର ପକାଇଲେ ଜାଣିପାରିବା ଯେ କେତେ ମାତ୍ରାରେ କେତେ ପ୍ରତିଶତ ଦରଦାମ ବୃଦ୍ଧି ଘଟିଛି ।

ତେବେ ୨୦୨୦ ମେ ୨୭ ରେ ସୂର୍ଯ୍ୟମୁଖୀ ତେଲ ପ୍ୟାକେଟ ପ୍ରତି ୧୧୦ ଟଙ୍କା ୯୪ ପଇସା ରହିଥିଲା । ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇ ୨୦୨୧ ମେ ସୁଦ୍ଧା ୧୭୨ ଟଙ୍କା ୫୭ପଇସାରେ ପହଞ୍ଚିଛି । ଏଥିରେ ମୋଟ ୫୫.୫୫% ବୃଦ୍ଧି ଘଟିଛି । ତାଳ ତେଲ ପ୍ୟାକେଟ ପ୍ରତି ୨୦୨୦ ମେ ୨୭ରେ ୮୭ଟଙ୍କା ୨ପଇସା ଥିବା ବେଳେ ୨୦୨୧ରେ ଏହା ୫୨.୮% ବୃଦ୍ଧି ପାଇ ୧୩୩ ଟଙ୍କା ୨୪ପଇସାରେ ପହଞ୍ଚିଛି । ସୋୟାବିନ ତେଲ ମଧ୍ୟ ୨୦୨୦ ମେ ୨୭ରେ ୧୦୧ଟଙ୍କା ୭୮ପଇସା ରହିଥିଲା । ମୋଟ ୪୮.୩୮% ବୃଦ୍ଧି ଘଟି ୨୦୨୧ ମେ ୨୭ ସୁଦ୍ଧା ଏହା ୧୫୧ଟଙ୍କା ୧ପଇସାରେ ପହଞ୍ଚିଲାଣି । ସେହିପରି ସୋରିଷ ତେଲ ମଧ୍ୟ ୨୦୨୦ ମେ ୨୭ରେ ୧୧୮ ଟଙ୍କା ୨୮ ପଇସା ଥିବା ବେଳେ ୨୦୨୧ ମେ ୨୭ରେ ଏହା ୧୬୮ଟଙ୍କା ୮୪ପଇସାରେ ପହଞ୍ଚିଛି । ମୋଟ ବୃଦ୍ଧି ହେଉଛି ୪୨.୭୫% । ବନସ୍ପତି ପ୍ୟାକେଟ ପିଛା ୨୦୨୦ ମେ ୨୭ରେ ୯୦ ଟଙ୍କା ୫୨ ପଇସା ଥିବା ବେଳେ ୨୦୨୧ ମେ ୨୭ ସୁଦ୍ଧା ଏହା ୧୨୮ ଟଙ୍କା ୮୨ ପଇସାରେ ପହଞ୍ଚିଛି । ଏଥିରେ ମୋଟ ୪୨.୩୧% ବୃଦ୍ଧି ଘଟିଛି । ଭାରତରେ ପ୍ରତିଦିନ ଦରକାରୀ ହେଉଥିବା ଖୋଲା ଚା’ ୨୦୨୦ମେ ୨୭ ସୁଦ୍ଧା ୨୨୦ଟଙ୍କା ୯ପଇସା ରହିଥିଲା ବର୍ତ୍ତମାନ ଏଥିରେ ୨୮.୪% ବୃଦ୍ଧି ଘଟି ୨୮୨ଟଙ୍କା ୫୯ପଇସାରେ ପହଞ୍ଚିଛି । ବାଦାମ ତେଲ ମଧ ୨୦୨୦ ମେ ୨୭ରେ ୧୪୭ ଟଙ୍କା ୫୧ପଇସା ରହିଥିଲା ୨୦୨୧ ମେ ୨୭ରେ ଏଥିରେ ୧୯.୦୭% ବୃଦ୍ଧି ପାଇ ୧୭୫ଟଙ୍କା ୬୪ ପଇସାରେ ପହଞ୍ଚିଛି । ହରଡ଼ ଡାଲି ୨୦୨୦ ମେ ୨୭ରେ ୯୩ଟଙ୍କା ୭୮ ପଇସା ଥିଲା । ୨୦୨୧ ମେ ୨୭ ବେଳକୁ ଏହା ୧୦୭ ଟଙ୍କା ୮୪ ପଇସା ରେ ପହଞ୍ଚିଛି ମୋଟ ୧୪.୯୯% ବୃଦ୍ଧି ଘଟିଛି । ଚଣା ଡାଲି ମଧ୍ୟ ୨୦୨୦ ମେ ୨୭ରେ ୬୭ ଟଙ୍କା ୬୫ପଇସା ରହିଥିବା ବେଳେ ୨୦୨୧ ମେ ୨୭ ବେଳକୁ ଏହା ୧୩.୪୫% ବୃଦ୍ଧି ପାଇ ୭୬ଟଙ୍କା ୭୫ପଇସାରେ ପହଞ୍ଚିଛି । ପିଆଜ ୨୦ଟଙ୍କା ୬୯ ପଇସା ଥିବା ବେଳେ ୨୩.୪୬ରେ ପହଞ୍ଚିଛି । ମୋଟ ବୃଦ୍ଧି ହେଉଛି ୧୩.୩୯% ।

ଆୟୋଡିନ ଯୁକ୍ତ ଲୁଣ ୧୬ଟଙ୍କା ୮ପଇସା ଥିବା ବେଳେ ୨୦୨୧ ମେ ୨୭ରେ ଏହା ୧୭ଟଙ୍କା ୮୫ପଇସାରେ ପହଞ୍ଚିଛି । ୧୧.୦୧% ବୃଦ୍ଧି ପାଇଛି ଆୟୋଡିନ ଲୁଣରେ । ମସୁର ଡାଲି ୭୭ଟଙ୍କା ଥିଲା ୨୦୨୦ ମେ ୨୭ରେ । ବର୍ତ୍ତମାନ ଏହା ୮୫ଟଙ୍କା ୪୪ପଇସାରେ ପହଞ୍ଚିଛି । ମୋଟ ୧୦.୯୬% ବୃଦ୍ଧି ଘଟିଛି । ଗରିବ ଲୋକର ସାଥି ଚାଉଳର ଦରଦାମ ବି ୨୦୨୦ରେ ୩୪ଟଙ୍କା ୨ପଇସା ଥିଲା । ୨୦୨୧ରେ ଏହା ବୃଦ୍ଧି ହୋଇ ୩୫ଟଙ୍କା ୯୮ପଇସାରେ ପହଞ୍ଚିଛି । ମୋଟ ବୃଦ୍ଧି ହେଉଛି ୫.୨% । ଦୁଗ୍ଧ ଲିଟର ପିଛା ୨୦୨୦ ମେ ୨୭ ରେ ୪୬ଟଙ୍କା ୭୭ପଇସା ଥିଲା । ବର୍ତ୍ତମାନ ଏହା ବୃଦ୍ଧି ଘଟି ୪୯ଟଙ୍କା ୧୭ପଇସା ରହିଛି । ମୋଟ ବୃଦ୍ଧି ହେଉଛି ୫.୧୩% ।

ବିରିଡାଲି ୨୦୨୦ ମେ ୨୭ରେ ୧୦୩ ଟଙ୍କା ୬୯ ପଇସା ଥିଲା । ୨୦୨୧ ମେ ୨୭ ବେଳକୁ ଏହା ୧୦୮ ଟଙ୍କା ୬୮ପଇସାରେ ପହଞ୍ଚିଛି । ଏଥିରେ ମୋଟ ବୃଦ୍ଧି ହେଉଛି ୪.୮୯% । ଚିନି ୩୯ଟଙ୍କା ୭ପଇସା ଥିଲା ୦.୭୧% ବୃଦ୍ଧି ପାଇ ଏହା ୩୯ଟଙ୍କା ୪୪ପଇସାରେ ପହଞ୍ଚିଛି । ବିଲାତି ଦରଦାମ ମଧ୍ୟ ୧୮ଟଙ୍କା ୯ପଇସା ଥିବା ବେଳେ ୧୮ଟଙ୍କା ୨୫ପଇସାକୁ ବୃଦ୍ଧି ପାଇଛି । ମୋଟ ବୃଦ୍ଧି ହେଉଛି ମାଇନସ୩.୪୪% ।

ସେହିପରି ସମୁଦ୍ରକୁ ଶଙ୍ଖେ ପରି କିଛି ଦରଦାମରେ ହ୍ରାସ ଘଟିଛି । ମୁଗଡାଲି ୧୧୧ଟଙ୍କା ୬୬ ପଇସା ଥିବା ବେଳେ ଏଥିରେ ୨୦୨୧ ମେ ୨୭ ବେଳକୁ ହ୍ରାସ ପାଇ ୧୦୬ଟଙ୍କା ୧୨ପଇସାରେ ପହଞ୍ଚିଛି । ମୋଟ ମାଇନସ ୪.୯୬ ହ୍ରାସ ଘଟିଛି । ଅଟାରେ ୩୧ଟଙ୍କା ୨୯ପଇସା ଥିବା ବେଳେ ୨୦୨୧ ମେ ୨୭ରେ ଏହା ହ୍ରାସ ପାଇ ୨୯ଟଙ୍କା ୩ପଇସାରେ ପହଞ୍ଚିଛି । ଗହମ ୨୮ଟଙ୍କା ୮୬ପଇସା ଥିବା ବେଳେ ୨୦୨୧ରେ ଏହା ୨୬ଟଙ୍କାକୁ ହ୍ରାସ ପାଇଛି । ମାଇନସ୯.୯୧% ହ୍ରାସ ପାଇଛି । ଆଳୁ ୨୫ଟଙ୍କା ୭୨ପଇସା ଥିବା ବେଳେ ୨୦୨୧ ମେ ୨୭ରେ ଏହା ହ୍ରାସ ପାଇ ୧୯ଟଙ୍କା ୧୬ପଇସାରେ ପହଞ୍ଚିଛି । ମୋଟ ମାଇନସ୨୫.୫୧% ହ୍ରାସ ଘଟିଛି ।

Leave A Reply

Your email address will not be published.