Masthead

ତାତିଲେ, ହୋହାଲ୍ଲା କଲେ, ଶେଷରେ ସାଙ୍ଗରେ ନେଇ ଆକଳନ କରାଇଲେ

କରଞ୍ଜିଆ, (ବଡ଼ ଖବର ବ୍ୟୁରୋ): ହାତୀ ଉପଦ୍ରବକୁ ନେଇ ତାତିଲେ ଗ୍ରାମବାସୀ । ରେଞ୍ଜ ଅଫିସରେ ପଶି ହୋହଲ୍ଲା କରିବା ସହ ରେଞ୍ଜରଙ୍କୁ ଘେରିଲେ ଅତିଷ୍ଠ କରଞ୍ଜିଆ ବ୍ଲକ ଡୁମୁରିଆ ଗ୍ରାମବାସୀ। କାହିଁକି ହାତୀ ଘୋଉଡାଉନ, କ୍ଷତିପୂରଣ ଆକଳନ କରୁନ ଆଦି ଅନେକ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ କାର୍ୟ୍ୟାଳୟର ଘଟିଛି ଏହି ଘଟଣା। ତେବେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେଉଥିବା ଦେଖି ସଙ୍ଗେ ସଙ୍ଗେ କରଞ୍ଜିଆ ପୋଲିସର ସାହାଯ୍ୟ ଲୋଡ଼ିଛି ବନବିଭାଗ।

ଲୋକଙ୍କ ଅସନ୍ତୋଷ ବଢିବା ଦେଖି ଉଭୟ ପୋଲିସ ଓ ଖୋଦ ଦୁଧିଆଣି ରେଞ୍ଜର ଦୀର୍ଘ ୧ଘଣ୍ଟା ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ତତ୍କାଳ କ୍ଷୟକ୍ଷତି ଆକଳନ କରିବାକୁ ଗାଁକୁ ଯିବାରୁ ଲୋକେ ଶାନ୍ତ ହୋଇଥିଲେ। ତେବେ ଗ୍ରାମବାସୀଙ୍କ କହିବାନୁସାରେ ଗତ ବର୍ଷ ମଧ୍ୟ ସମାନ ଧରଣର କ୍ଷୟକ୍ଷତି ହେଇଥିଲେ ମଧ୍ୟ ଆଜିଯାଏ କ୍ଷତିପୂରଣ ମିଳିନି । ଆଉ ଏବର୍ଷ ପୁଣି ବ୍ୟାପକ କ୍ଷୟକ୍ଷତି ପରେ ମଧ୍ୟ ବନବିଭାଗର ଦେଖାନାହିଁ। ସେହିପରି ହାତୀ ଘଉଡ଼ାଇବାରେ ଜାଣିଶୁଣି ଅବହେଳା କରୁଥିବାରୁ କ୍ଷୟକ୍ଷତି ପରିମାଣ ପ୍ରତିବର୍ଷ ବଢୁଛି ବୋଲି ବନବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼