Masthead

ବଡ଼ ଖବର ଓ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ୨୫ ବର୍ଷର ସାମ୍ବାଦିକତା ଜୀବନ ଭିତରେ ମିଡିଆର ଭୂମିକାକୁ ନେଇ ଅର୍ଦ୍ଧେନ୍ଦୁ ଦାସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ମିଡିଆକୁ ନିଜ ସ୍ୱାର୍ଥ ଲାଗି ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସେ ଆଶ୍ଚର୍ଯ୍ୟ ହୋଇନାହାନ୍ତି ବରଂ ଏତେ ସହଜରେ ମିଡିଆ କାହିଁକି ସରେଣ୍ଡର କରିଯାଏ ସେକଥା ଭାବି ସେ ଦୁଃଖ ଅନୁଭବ କରନ୍ତି । ତାଙ୍କ ମନ ଭିତରେ ସୃଷ୍ଟି ହୁଏ ବିଦ୍ରୋହ । ପୁଣି ସେ ନିଜକୁ ପ୍ରଶ୍ନ କରନ୍ତି କ’ଣ ଏମିତି ନକରି ଲୋକଙ୍କ ପାଇଁ ଦି’ପଦ କହିବାକୁ ସାହସ ଜୁଟାଇ ହେବନି ।

ନିଜକୁ ନିଜେ ସେ ପ୍ରଶ୍ନ କରିଚାଲନ୍ତି । ବିଜୟା ଦଶମୀରେ ସେ ଖୋଜି ପାଇଛନ୍ତି ତାଙ୍କ ଉତ୍ତର ‘ବଡ଼ ଖବର’ । ବହୁ ଘରୋଇ ସ୍ୟାଟେଲାଇଟ ଟିଭି ଚ୍ୟାନେଲରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହୋଇଥିବା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା ‘ବଡ଼ ଖବର’ । ଖବର ଭିତରେ ଲୁଚି ରହିଥିବା ଖବରକୁ ବାହାର କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଖବରର ବିଶ୍ଲେଷଣ, ତର୍ଜମା ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ବିଭବ । କିଛି ଲୋକ ସତ୍ୟକୁ ସାମ୍ନା କରିପାରିଲେ ନାହିଁ । ଘରୋଇ ଚ୍ୟାନେଲରେ ପ୍ରସାରିତ ‘ବଡ଼ ଖବର’ କାର୍ଯ୍ୟକ୍ରମ ବନ୍ଦ ହେଲା । କିନ୍ତୁ ଅର୍ଦ୍ଧେନ୍ଦୁ ଦାସଙ୍କ ମନ ଓ ହୃଦୟ ରହିଯାଇଥିଲା ‘ବଡ଼ ଖବର’ ପାଖରେ । ଚାପକୁ ଅଣ ଦେଖା କରି ଓ ଭୟକୁ ବେଖାତିର କରି ସାଧାରଣ ଲୋକର ପ୍ରଶ୍ନ ପଚାରିବାର ଦମ୍ଭ ନେଇ ସେ ଆଗେଇ ଚାଲିଛନ୍ତି । ବିଜୟା ଦଶମୀରେ ୨୪ ଘଣ୍ଟିଆ ସ୍ୟାଟେଲାଇଟ ଓଡ଼ିଆ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ଉଦଘାଟିତ ହୋଇଛି । ଆରମ୍ଭ ହୋଇଛି ନୂଆ ଦିଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି