Masthead

‘ବଡ଼ ଖବର’ର ଶୁଭ ମନାସିଲେ, ଜାଳିଲେ ଦୀପାଳି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ‘ଅସତ୍ୟ ଉପରେ ସତ୍ୟର ଜୟ, ଅନ୍ୟାୟ ଉପରେ ନ୍ୟାୟର ଜୟ’ ଆଧାର ହିଁ ଦଶହରା ବା ବିଜୟା ଦଶମୀ । ଏହି ପବିତ୍ର ଦିନର ଶୁଭ ଲଗ୍ନରେ ଉଦଘାଟିତ ହୋଇଛି ଲୋକଙ୍କ ଆଶା ଓ ଭରସାର ୨୪ ଘଣ୍ଟିଆ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ । ଏହା ସଧାରଣ ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଆଶୀର୍ବାଦରେ ତିଆରି ହୋଇଛି । ସାଧାରଣ ଲୋକମାନେ ଏହି ଚ୍ୟାନେଲର ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରି ବିଭିନ୍ନ ଦେବଦେବୀ ମନ୍ଦିରରେ ଆଜିର ଦିନରେ ଦୀପଦାନ କରିଛନ୍ତି । ପ୍ରାର୍ଥନା କରିଛନ୍ତି ‘ବଡ଼ ଖବର’ ତା’ର ଲକ୍ଷ୍ୟ ପଥରେ ଆଗେଇଯାଉ ।

କେନ୍ଦ୍ରାପଡ଼ା, ବୌଦ୍ଧ, ଢେଙ୍କାନାଳ, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଝାରସୁଗଡ଼ା, କନ୍ଧମାଳ, ରାୟଗଡ଼ା, ମାଲକାନିଗିରି, ନୂଆପଡ଼ା, ସୁବର୍ଣ୍ଣପୁର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର, ପୁରୀ, ନୟାଗଡ଼, ଦେବଗଡ଼, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ପ୍ରତିଟି ବ୍ଲକରେ ଥିବା ମନ୍ଦିରଗୁଡ଼ିକରେ ସାଧାରଣ ଲୋକମାନେ ‘ବଡ଼ ଖବର’ର ଉନ୍ନତି ପାଇଁ ଶୁଭ ମନାସିଛନ୍ତି ।  ଏମାନେ ସମସ୍ତେ ସାଧାରଣ ଲୋକ । ଘରର ଏରୁଣ୍ଡିବନ୍ଧ ଡେଇଁ ପହଞ୍ଚିଥିଲେ ମନ୍ଦିରରେ । ନିଜ ପେଟରୁ କାଟି ସଞ୍ଚୟ କରିଥିବା ଝାଳବୁହା ଧନରେ କିଣିଥିଲେ ଦୀପ ଓ ନୈବେଦ୍ୟ । ଓଡ଼ିଶାର ସହରରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ମନ୍ଦିରରେ ଜଳିଥିଲା ଦୀପ । ଏହି ଦୀପ ଗୋଟିିଏ କି ଦୁଇଟି ନୁହେଁ ଶହ ଶହ ।

ଖାଲି ମନ୍ଦିର ନୁହେଁ ମସଜିଦ୍ ଓ ଗୀର୍ଜାରେ ମଧ୍ୟ ବଡ଼ ଖବର ପାଇଁ କରାଯାଇଥିଲା ପ୍ରାର୍ଥନା । ‘ବଡ଼ ଖବର’ ପାଇଁ ଏମାନଙ୍କ ଦରଦ କିଛି କମ୍ ନୁହେଁ । ଏମାନେ ହିଁ ‘ବଡ଼ ଖବର’ର ସବୁଠାରୁ ବଡ଼ ପୁଞ୍ଜି । ଏମାନେ ହିଁ ‘ବଡ଼ ଖବର’ର ବଳ ଓ ସାହସ । ମା’ ଏମାନଙ୍କ ମାଧ୍ୟମରେ ‘ବଡ଼ ଖବର’ ଉପରେ ଆଶିଷ ଢାଳିଦେବେ ବୋଲି ଆଶା ଓ ବିଶ୍ୱାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ