Masthead

‘ବଡ଼ ଖବର’ ପ୍ରଭାବ, ପଦ୍ମଚରଣଙ୍କୁ ମିଳିବ ଚାଉଳ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ଖବର ପ୍ରସାରିତ ହେବା ପରେ ପ୍ରଶାସନର ନଜର ପଡ଼ିଛି । ନୟଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ଗାଁର ପଦ୍ମଚରଣ ବେହେରାଙ୍କର ରାସନକାର୍ଡ ଥାଇ ମଧ୍ୟ ସେ ଚାଉଳ ପାଇବାରୁ ବଞ୍ଚିତ ଥିଲେ । ଏନେଇ ସୋମବାର ‘ବଡ଼ ଖରର’ରେ ଖବର ପ୍ରସାର କରାଯାଇଥିଲା । ମଙ୍ଗଳବାର ଏହାର ପ୍ରଭାବ ପଡ଼ିଛି । ସକାଳୁ ସକାଳୁ ପଞ୍ଚାୟତ ସମିତିର ଯୋଗାଣ ଅଧିକାରୀଙ୍କ ଚୈତନ୍ୟ ଉଦୟ ହୋଇଛି । ପଦ୍ମଚରଣଙ୍କ ଘରକୁ କର୍ମଚାରୀଙ୍କୁ ପଠାଇ ଆଧାରକାର୍ଡକୁ ଲିଙ୍କ୍ କରିବା ସହ ଚାଉଳ ଆଣିବାକୁ ପରାମର୍ଶ ଦେଇଛନ୍ତି । ଦୀର୍ଘ ଦୁଇବର୍ଷ ହେବ ବ୍ଲକକୁ ଦୌଡ଼ି ଦୌଡ଼ି ଯେଉଁ କାମ ହୋଇପାରୁନଥିଲା । ‘ବଡ଼ ଖବର’ରେ ଖବର ପ୍ରସାରଣ ପରେ ପଦ୍ମଚରଣଙ୍କ ସମସ୍ୟାର ସମାଧାନ ହୋଇଥିବାରୁ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି ପଦ୍ମଚରଣ ଓ ପ୍ରଧାନପଡ଼ାର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ