Masthead

ନୂଆ ବର୍ଷରେ ବଦଳିବ ମନ୍ତ୍ରିମଣ୍ଡଳ: କିଏ ହେବେ ଆଉଟ କିଏ ହେବେ ଇନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ଅନେକ କିଛି ଅଦଳବଦଳ । ରାଜ୍ୟ ପ୍ରଶାସନରେ କାମ କରିବ ଟିମ୍ । ଠିକ୍ ସେମିତି ମନ୍ତ୍ରିମଣ୍ଡଳରେ ବି ଅଦଳବଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ । କିଏ ସାମିଲ ହେବେ, କିଏ ବିଦା ହେବେ, ପୁଣି କାହାକୁ ମିଳିବ କେଉଁ ବିଭାଗ, ତାକୁ ନେଇ ପାୱାର କରିଡରରେ ବଡ ଚର୍ଚ୍ଚା ।

ନୂଆ ବର୍ଷରେ ରାଜ୍ୟ ପ୍ରଶାସନର ନବକଳେବର ହେବ । ଖାଲି ପ୍ରଶାସନ ନୁହେଁ, ମନ୍ତ୍ରିମଣ୍ଡଳରେ ବି ଅଦଳବଦଳ କରିବେ ମୁଖ୍ୟମନ୍ତ୍ରୀ । ପାୱାର କରିଡରରେ ଏବେ ଏହି ଚର୍ଚ୍ଚା ଘୁରି ବୁଲୁଛି । ପଞ୍ଚମ ପାଳିରେ ଦେଢ ବର୍ଷ ହେଲା ଏହି ଟିମ୍ ନେଇ କାମ କରୁଛି ସରକାର । ଏବେ ପର୍ଫମାନ୍ସ ଓ ଆନୁଗତ୍ୟ ଆଧାରରେ କେତେକ ଆଉଟ ହେବେ, ଆଉ କିଛି ଇନ୍ । ଅନେକଙ୍କ ବିଭାଗରେ ହେବ ଫେରବଦଳ । କିଏ ରହିବେ, କିଏ ଯିବେ ତାହାର ତାଲିକା ବି ତିଆରି ଚାଲିଛି । ସବୁଥର ନବୀନ ଏଥର ବି କିଛି ସରପ୍ରାଇଜ ନାଁକୁ ମନ୍ତ୍ରିମଣ୍ଡଳରେ ଜାଗା ଦେଇପାରନ୍ତି । ଯୁବକଙ୍କୁ ପ୍ରାଧାନ୍ୟ ମିଳିବ । ତେବେ କିଏ ଯିବ ତାହା ହିଁ ଏବେ ବେଶୀ ଚର୍ଚ୍ଚାର ବିଷୟ ।

କୁହାଯାଉଛି ଯିବା ତାଲିକାରେ ସବୁଠୁ ଆଗରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ । ପରୀ ପ୍ରସଙ୍ଗ ପରେ ସରକାରଙ୍କ ଭାବମୂର୍ତ୍ତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାହାରର ରାସ୍ତା ଦେଖାଇପାରନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ ମଧ୍ୟ ସକ୍ରିୟ ପ୍ରଦର୍ଶନ କରିପାରିନାହାନ୍ତି । ଯାହା ତାଙ୍କୁ ଅଡୁଆରେ ପକାଇପାରେ । ଅନ୍ୟପକ୍ଷରେ, ସକ୍ରିୟ ପ୍ରଦର୍ଶନ ସତ୍ତେ୍ୱ ତାଳମେଳର ଅଭାବ ପାଇଁ ମନ୍ତ୍ରୀ ସମୀର ଦାଶ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ନେଇ କିଛିଟା ଅସନ୍ତୋଷ ଥିବା ଶୁଣିବାକୁ ମିଳୁଛି । ସେହିଭଳି ମନ୍ତ୍ରୀ ପ୍ରତାପ ଜେନା, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ରଣେନ୍ଦ୍ରପ୍ରତାପ ସ୍ୱାଇଁ ଓ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକଙ୍କ ବିଭାଗରେ ଅଦଳବଦଳ ହୋଇପାରେ । ଏହି ସଂପ୍ରସାରଣ ୨୦୨୧ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ