Masthead

ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟରେ ଅଧିକାଂଶ ମନ୍ଦିର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ନିଜ ଆରାଧ୍ୟ ଦେବୀ ଓ ଦେବତାଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ବନ୍ଦ ଥିଲା ରାଜ୍ୟର ସମସ୍ତ ମନ୍ଦିର । ପୁରରୁ ପଲ୍ଲି ସବୁଠି ନିରାଶ ହୋଇ ମନ୍ଦିରରୁ ଫେରୁଥିଲେ ଭକ୍ତ । ତେବେ ଆଜି ସେହି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସବୁ ଦୂରତାରେ ପୂର୍ଣ୍ଣଚ୍ଛେଦ ପଡିଛି । ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ବାଣପୁରର ଭଗବତୀ, ଭଦ୍ରକର ମାଆ ଭଦ୍ରକାଳୀ ଗଞ୍ଜାମର ତାରାତିଣୀ, ତିର୍ତ୍ତୋଲର ହଟକେଶ୍ୱର, ଆରଡିର ବାବା ଆଖଣ୍ଡଳମଣୀ ମନ୍ଦିର, କେନ୍ଦ୍ରାପଡାର ବଳଦେବଜୀଉ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଏହି ସମସ୍ତ ମନ୍ଦିରରେ କରୋନା କଟକଣା ପାଳନ କରାଯିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

ମାସ୍କ ନାହିଁ ତ ଦର୍ଶନ ନାହିଁ । ଭକ୍ତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସବୁ ମନ୍ଦିରରେ ସମସ୍ତ କରୋନା ଗାଇଡଲାଇନର ଅନୁପାଳନ କରାଯାଇଛି । ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ଓ ବ୍ୟାରିକେଟ୍ ଦେଇ ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ କରିଛନ୍ତି । ଅନ୍ୟପଟେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ସମ୍ବଲପୁରବାସୀ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ସମ୍ବଲପୁରବାସୀ । ୮ ତାରିଖ ପରଠାରୁ ଜିଲ୍ଲା ବାହର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ