ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର ( ବଡ଼ ଖବର ବ୍ୟୁରୋ): ପଖାଳ ଓଡ଼ିଆଙ୍କ ଭାବାବେଗସହ ସ୍ୱତପ୍ରବୃତ ଭାବେ ଜଡ଼ିତ । ଦେଶ ତଥା ଦେଶ ବାହାରେ ବସବାସ କରୁଥିବା ପ୍ରେତ୍ୟେକ ଓଡ଼ିଆଙ୍କର ଭାରି ପ୍ରିୟ ବ୍ୟଞ୍ଜନ ପଖାଳ। ବର୍ଷକ ବାର ମାସ ଖରା,ବର୍ଷା,ଶୀତ ସବୁଦିନ ପଖାଳ ଗଣ୍ଡେ ପେଟରେ ନପଡ଼ିବା ଯାଏଁ ଶାନ୍ତି ମିଳେନା । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହା ବେଶି ଅନ୍ତରଙ୍ଗ ହୋଇଥାଏ । ପଖାଳ ସାଙ୍ଗକୁ, ଆଳୁ ଭର୍ତ୍ତାଟେ ହବ… ଛୁଇଁ ଭଜାଟେ ହେବ…ବଡ଼ି ଚୁରାଟେ ହେବ… ମାଛ ଭଜା ସେଇଟାବି ହେବ.. ତା ସାଙ୍ଗକୁ ପିଆଜ ଖଣ୍ଡେ ଥିବ ଖାଇଦେଇ ତୋରାଣି ମୁନ୍ଦେ ପିଇଦେଲେ ‘ଓଃ କି ଶାନ୍ତି । ସତରେ ଏ ଶାନ୍ତି କୋଉ ନାମକରା ହୋଟେଲର ମେନୁ ଠୁ ଢେର ଆଗରେ।

ପଖାଳ ଓଡ଼ିଆ ମାନଙ୍କର ଗର୍ବ ଐତିହ୍ୟ ଓ ଅମୃତ ସଦୃଶ । କାହିଁକି ନା ଏ ଜାତିର ଶ୍ରେଷ୍ଠ ଦେବତା ଜଗତର ନାଥ ଜଗନ୍ନାଥଙ୍କର ଭାରି ପ୍ରିୟ ପଖାଳ ଓ ସେଥିରୁ ବାହାରିଥିବା ଟଙ୍କ ତୋରାଣି ।
ସେଇଥିପାଇଁ ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟଲେ ସବୁଠି ପଖାଳର ଚାହିଦା । ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ। ସାଧାରଣତଃ ଖରାଦିନେ ଲୋକମାନେ ଦହି ପଖାଳ ଖାଇବାକୁ ଭଲ ପାଆନ୍ତି। ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ଯଥା ଦହି ପଖାଳ, ଜୀରା ପଖାଳ, ବାସି ପଖାଳ, ସଜ୍ଜ ପଖାଳ ପ୍ରଭୁତି ପସ୍ତୁତ କରାଯାଉଛି। ଓଡ଼ିଆ ତଥା ଓଡିଶା ବାହାର ର ପର୍ୟ୍ୟଟକଙ୍କ ମନ ମଧ୍ୟ ମହୁଛି ଏ ପଖାଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ