Masthead

ବଡ଼ ଖବରର ବଡ଼ ପ୍ରଭାବ, କାଞ୍ଚନଙ୍କୁ ମିଳିଲା ସରକାରୀ ସହାୟତା

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ପ୍ରକାଶିତ ହେଲା ଖବର, ପଡ଼ିଲା ପ୍ରଶାସନର ନଜର । ସହାୟତାର ହାତ ବଢ଼ାଇଲା ପ୍ରଶାସନ । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ମହେଶ୍ୱରପୁରା ଗାଁର କାଞ୍ଚନଙ୍କ ଅସହାୟତା ସମ୍ପର୍କରେ ବଡ଼ ଖବରରେ ଖବର ପ୍ରସାରଣ କରାଯାଇଥିଲା । ଦୁଇଦିନ ମଧ୍ୟରେ ମାଲାକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ । ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ରାସନକାର୍ଡ଼ ଯୋଗାଇ ଦେଇଛନ୍ତି । ଯୁଦ୍ଧକାଳୀନଭିତ୍ତିରେ କାଞ୍ଚନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେବା ଲାଗି ପ୍ରତିଶ୍ରୃତି ମଧ୍ୟ ଦେଇଛି ପ୍ରଶାସନ । ସରକାରୀ ସହାୟତା ମିଳିବା ପରେ ବଡ଼ ଖବରକୁ ଧନ୍ୟବାଦ ଦେଇଛନ୍ତି କାଞ୍ଚନ ।

ସୂଚନା ଥାଉକି, ୫ଜଣ ଛୁଆଙ୍କ ସହ ପଲିଥିନ ତିଆରି ଘରେ ଜୀବନ କାଟୁଥିଲେ କାଞ୍ଚନ । ସରକାରୀ ସହାୟତା ତାଙ୍କ ଲାଗି ସାତସପନ ପାଲଟିଥିଲା । ରାସନକାର୍ଡ କିମ୍ବା ଭତ୍ତା କାଞ୍ଚନଙ୍କୁ ମିଳୁନଥିଲା । ବଡ଼ କଷ୍ଟରେ ଜୀବନ ଅତିବାହିତ କରୁଥିଲେ ୬ପ୍ରାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା