Masthead

ବଡ଼ ଖବରର ବଡ଼ ପ୍ରଭାବ, କାଞ୍ଚନଙ୍କୁ ମିଳିଲା ସରକାରୀ ସହାୟତା

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): ପ୍ରକାଶିତ ହେଲା ଖବର, ପଡ଼ିଲା ପ୍ରଶାସନର ନଜର । ସହାୟତାର ହାତ ବଢ଼ାଇଲା ପ୍ରଶାସନ । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ମହେଶ୍ୱରପୁରା ଗାଁର କାଞ୍ଚନଙ୍କ ଅସହାୟତା ସମ୍ପର୍କରେ ବଡ଼ ଖବରରେ ଖବର ପ୍ରସାରଣ କରାଯାଇଥିଲା । ଦୁଇଦିନ ମଧ୍ୟରେ ମାଲାକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ । ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ରାସନକାର୍ଡ଼ ଯୋଗାଇ ଦେଇଛନ୍ତି । ଯୁଦ୍ଧକାଳୀନଭିତ୍ତିରେ କାଞ୍ଚନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେବା ଲାଗି ପ୍ରତିଶ୍ରୃତି ମଧ୍ୟ ଦେଇଛି ପ୍ରଶାସନ । ସରକାରୀ ସହାୟତା ମିଳିବା ପରେ ବଡ଼ ଖବରକୁ ଧନ୍ୟବାଦ ଦେଇଛନ୍ତି କାଞ୍ଚନ ।

ସୂଚନା ଥାଉକି, ୫ଜଣ ଛୁଆଙ୍କ ସହ ପଲିଥିନ ତିଆରି ଘରେ ଜୀବନ କାଟୁଥିଲେ କାଞ୍ଚନ । ସରକାରୀ ସହାୟତା ତାଙ୍କ ଲାଗି ସାତସପନ ପାଲଟିଥିଲା । ରାସନକାର୍ଡ କିମ୍ବା ଭତ୍ତା କାଞ୍ଚନଙ୍କୁ ମିଳୁନଥିଲା । ବଡ଼ କଷ୍ଟରେ ଜୀବନ ଅତିବାହିତ କରୁଥିଲେ ୬ପ୍ରାଣୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ