Masthead

ବ୍ରୋଞ୍ଜ ବିଜୟୀ ବଜରଙ୍ଗ

(ବଡ଼ ଖବର ବ୍ୟୁରୋ): ଭାରତକୁ ଆଉ ଏକ ପଦକ । ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୬୫ କେଜି ବର୍ଗରେ କାଂସ୍ୟ ପଦକ ଜିତିଛି ଭାରତ । ରେସଲିଂରେ ବଜରଙ୍ଗ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ଆଉ ଏକ ପଦକ ଟେକିଓରୁ ଟେକି ଆଣିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍ ଦେଇ ବ୍ରୋଞ୍ଜ ଜିତିଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ବଜରଙ୍ଗ ପୁନିଆଙ୍କ ପାଇଁ ଆଜି ଦେଶବାସୀ ଗର୍ବିତ । ପ୍ରଥମ ଭାଗରେ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ୨ୟ ପିରିୟଡରେ ଦୌଲେତଙ୍କ ଉପରେ ଚାପ ରହିଛି । ବଜରଙ୍ଗ ଏହି ଚାପର ଲାଭ ଉଠାଇ ଆରମ୍ଭରୁ ଆକ୍ରମଣ କରିଥିଲେ । ଫଳରେ ବଜରଙ୍ଗ ଲିଡକୁ ୬-୦କୁ ନେଇ ଆସିଥିଲେ । ଶେଷ ୫୦ ସେକେଣ୍ଡରେ ବଜରଙ୍ଗ ୨ ଅଙ୍କ ସହ ୮-୦ରେ କାଂସ୍ୟ ଜିତିଥିଲେ । ବଜରଙ୍ଗ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କ୍ରୀଡ଼ାବିତ୍ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରି ଖେଳିଯାଇଛି ।

ପହିଲିମାନ ବଜରଙ୍ଗ ପୁନିଆ ସେମିଫାଇାନଲରେ ଭାରତକୁ ନିରାଶ କରିଥିଲେ । ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। ଏହା ସତ୍ବେ ମେଡାଲ ଆଶା କାଏମ ରହିଥିଲା । ବଜରଙ୍ଗ ୬୫ କେଜି ବର୍ଗ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍‌ ମେଡାଲିଷ୍ଟ ଏବଂ ୩ ଥର ବିଶ୍ବ ଚାମ୍ପିୟନ୍‌ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିଲେ । ୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବଜରଙ୍ଗ ପ୍ରୋ ରେସଲିଂ ଲିଗ୍‌ରେ ଆଲିୟେଭଙ୍କୁ ହରାଇଥିଲେ । ଭାରତକୁ ଏବେ ଯାଏଁ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ସିଲଭର ଏବଂ ୪ ବ୍ରୋଞ୍ଜ ମିଳିଛି । ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ ହିଁ ପ୍ରତିପକ୍ଷ କାଜାକିସ୍ତାନ ରେସଲରଙ୍କ ଉପରେ ଭାରି ପଡିଥିଲେ । ଶେଷରେ ୮-୦ରେ ମାତ୍‌ ଦେଇଛନ୍ତି ବଜରଙ୍ଗ ପୁନିଆ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ