Masthead

ନୂଆପଡ଼ାରେ ହଳଦିଆ ତରଭୁଜ ଚାଷ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଖରାଦିନ ଆସିଲେ ଲୋକେ ଖୋଜନ୍ତି ତରଭୁଜ। ନୂଆପଡ଼ା ବଜାରରରେ ଏବେ ଭିନ୍ନ ଧରଣର ସୁଆଦିଆ ତରଭୁଜ ବିକ୍ରି ହେଉଛି । ହଳଦିଆ ତରଭୁଜ । ଏହାର ରହିଛି ବେଶ୍ ଚାହିଦା । ଏ ହେଉଛି ହଳଦିଆ ତରଭୁଜ । ନୂଆପଡ଼ା ଗୋଡ଼ଫୁଲା ପଞ୍ଚାୟତ ଭେରା ଗାଁରେ ଏବେ ଚାଷ ହେଉଛି ହଳଦିଆ ତରଭୁଜ। ଚାଷି ତିରିଥରାମ୍ ପଟେଲ ହଳଦିଆ ତରଭୁଜ ଚାଷ କରି ବେସ ଦି ପଇସା ରୋଜଗାର କରିପାରୁଛନ୍ତି। ବଜାରରେ ବି ଏହି ଆରୋହୀ ନାମକ ତରଭୁଜକୁ ଲୋକ ପସନ୍ଦ କରୁଛନ୍ତି। ବିକ୍ରି ବି ଭଲ ହେଉଥିବାରୁ ଫଳ ଦୋକାନୀମାନେ ତିରିଥରାମଙ୍କୁ ହଳଦିଆ ତରଭୁଜ ଯୋଗାଇ ଦେବା ପାଇଁ ଅଡ଼ର୍ର ଦେଉଛନ୍ତି।

ଏ ବର୍ଷ ନୂଆପଡ଼ା ଜିଲ୍ଲାରେ ଆଠଜଣ ଚାଷୀଙ୍କୁ ଆରୋହୀ ତରଭୁଜ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁ। ଅନ୍ୟପଟେ ଜିଏ ଥରେ କିଣିକି ନେଇଛି ସେ ବାରମ୍ବାର ନେବାକୁ ଦୋକାନଙ୍କୁ ଆସୁଛି। ବିଶେଷ କରି ଛୁଆଙ୍କ ଭିତରେ ଏହି ଆରୋହୀ ହଳଦିଆ ତରଭୁଜ ଆଦୃତ ହେଉଥିବା ଜଣାପଡିଛି। ପାଚିବା ପାଇଁ ୭୦ ରୁ ୮୦ ଦିନ ଲାଗୁଥିବା ଏହି ତରଭୁଜକୁ ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ ଚାଷ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛନ୍ତି   କିଛି ନୂଆ ଚାଷ କଲେ ଚାହିଦା ବଢିବା ସ୍ୱାଭାବିକ । ଯାହା କରି ଦେଖାଇଛନ୍ତି ଚାଷୀ ତିରିଥରାମ ପଟେଲ ଓ ଅନ୍ୟମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ