Before Header

ଆଜି ରାଜ୍ୟ ବଜେଟ୍

0 1,472

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେସନର ପଞ୍ଚମ ଦିନ । ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ । ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ମିଳିଥିଲା ଅନୁମୋଦନ ।

ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟ୍ ବଡ ଘୋଷଣା କରିପାରେ ବିଜେଡି । ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି। ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି। ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି।

Leave A Reply

Your email address will not be published.