Masthead

ବୈପାରିଗୁଡା ଅବକାରୀ ବିଭାଗର ଚଢାଉ

ବୈପାରିଗୁଡା,(ବଡ଼ ଖବର ବ୍ୟୁରୋ): ଜିଲ୍ଲା ଅବକାରୀ ଅଧିକ୍ଷକ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ଅବକାରୀ ବିଭାଗ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ବନବେଡା ପାହାଡକୁ ଲାଗି ବୋହୁଥିବା ଝରଣା କୂଳରେ ମଦ ରନ୍ଧା ଯାଉଥିବା ବେଳେ ଏହାର ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଚଢାଉ ଫଳରେ ବିପୁଳ ପରିମାଣରେ ପୋଚ ଜବତ କରିବା ସହ ଏହାକୁ ନଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ଏହି ରନ୍ଧା ମଦକୁ ପାହାଡ଼ର ଏକ ଗୁମ୍ଫାରେ ଲୁଚାଇ ରଖୁଥିଲେ। ବିଭାଗୀୟ କର୍ମଚାରୀ ଠାବକରି ସେହି ମଦକୁ ଢ଼ାଳି ନଷ୍ଟ କରିଛନ୍ତି ।

ସେହିପରି କୁନ୍ଦୁରା ବ୍ଲକ ଅନ୍ତର୍ଗତ ହାଟଖୁଡୁପି ଠାରେ ମଟରସାଇକେଲ ସହ ୧୫୦ ପ୍ୟାକେଟ ମଦ ଜବତ କରିବା ସହ ଅଭିଯୁକ୍ତ ଜଗନ୍ନାଥ ହରିଜନକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ମଟରସାଇକେଲ ଯୋଗେ ହାଟଖୁଡୁପି ଠାରୁ ବୈପାରିଗୁଡା ଚାଲାଣ କରୁଥିବା ଏକ ହିରୋହୋଣ୍ଡା ଡିଲେକ୍ସ ଗାଡ଼ିକୁ ଜବତ କରିଥିବା ନେଇ ଅବକାରୀ ବିଭାଗ ଆଇଆଇସି ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି। ଓଆଇସି ଏସ୍.କେ.ପାଉଲେ, ଏଏସଆଇ ରଶ୍ମି ରଞ୍ଜନ ନାୟକ, ମୋନଜ ପ୍ରଧାନ, ସରୋଜ ବେହେରା, ସତ୍ୟମ୍ ଶୁଭମ୍ ପାତ୍ର ଏବଂ ହୀରାମଣି ଭତ୍ରା ମିଳିତ ଭାବରେ ଏହି ଚଢାଉ କରି ଏହାକୁ ଜବତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ