Masthead

ଦେଶର ସର୍ବକନିଷ୍ଠ ସହିଦଙ୍କ ଆଜି ଜୟନ୍ତୀ, ପଢନ୍ତୁ ଓଡ଼ିଆ ବୀରଙ୍କ କାହାଣୀ

ଭୁବନେଶ୍ୱର: ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳି ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଏହି ତାଲିକାରେ ଓଡ଼ିଆ ବୀରଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ୧୮୧୭ରେ ଓଡ଼ିଶାରେ ସଂଗଠିତ ହୋଇଥିଲା । ୧୮୦୪ରେ ଜୟୀ ରାଜଗୁରୁ ଇଂରେଜଙ୍କୁ ପ୍ରତିରୋଧ କରିବାକୁ ଯେଉଁ ବୀଭତ୍ସ ହତ୍ୟାର ଶିକାର ହୋଇଥିଲେ, ତାହା ଭାବିଲେ ଆଜି ବି ଦେହ ଥରି ଉଠେ । ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ, ଲକ୍ଷ୍ମଣ ନାୟକଙ୍କ ଭଳି ଯୋଦ୍ଧାଙ୍କ ପରାକ୍ରମରେ ଏ ମାଟି ମହିମା ମଣ୍ଡିତ । ଓଡ଼ିଆ ପୁଅ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ବୀରତ୍ୱକୁ ଦେଶ କାହିଁକି ସାରା ବିଶ୍ୱ ପ୍ରଣିପାତ କରେ । ରକ୍ତତୀର୍ଥ ଇରମ୍ ଆଜି ବି ଚିତ୍କାର କରି ଓଡ଼ିଆ ପୁଅର ତ୍ୟାଗ, ବଳିଦାନକୁ ବାଖ୍ୟା କରେ । ଏ ସବୁ ଭିତରେ ଆଉ ଜଣେ ଏମିତି ବୀର ଅଛନ୍ତି, ଯାହାଙ୍କ ବୟସ ଥିଲା ମାତ୍ର ୧୨ । ଦୁନିଆ ନ ବୁଝିବା ବୟସରେ ଦେଶ ପ୍ରେମକୁ ବୁଝିବାରେ ବିଶ୍ୱରେ ବିରଳତମ ଉଦାହରଣ । ମୁକ୍ତି ସଳିତା । ଏହି ବୟସରେ ସେ ଶତ୍ରୁକୁ ଅଟକାଇ ପାରନ୍ତି, ଛାତିରେ ଗୁଳି ଖାଇପାରନ୍ତି । ସେ ବୀର ବାଜି ରାଉତ ।
୧୯୩୮ ମସିହା ଅକ୍ଟୋବର ୧୧ । ଢେଙ୍କାନାଳର ବ୍ରାହ୍ମଣୀ ନଦୀକୂଳ ନୀଳକଣ୍ଠପୂର ଘାଟରେ ପହଞ୍ଚିଲା ବ୍ରିଟିଶ ଫୌଜ । ଉଦ୍ଦେଶ୍ୟ ଥିଲା ନଦୀ ସେପଟ ଗାଁରେ ଦମନ ଲୀଳା । ତେବେ ନଈ ଏପଟେ ଥିବା ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜ ସିପାହୀଙ୍କ ପ୍ରତିରୋଧ କଲେ । ୬ ଜଣ ସଂଗ୍ରାମୀ ସଂଘର୍ଷରେ ପ୍ରାଣ ହରାଇଲେ । ସେତେବେଳେ ପ୍ରଜାମଣ୍ଡଳ ବାନର ସେନାର ସକ୍ରିୟ ସଦସ୍ୟ ଭାବେ ଘାଟରେ ପହରା ଦେଉଥିବା ମାତ୍ର ୧୨ ବର୍ଷର ବାଜି ରାଉତ(ବାଜିଆ) ବି ଇଂରେଜଙ୍କୁ ଅଟକାଇବାକୁ ପଛାଇଲା ନାହିଁ । ନଈ ପାର୍ କରାଇଦେବ ନାହିଁ ବୋଲି ସଫା ସଫା କହିଲା । ନିଷ୍ଠୁର ଇଂରେଜ ବାଜି ରାଉତ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ସେଇଠି ସିନା ଟଳି ପଡ଼ିଲା ବାଜିଆ, ହେଲେ ଇଂରେଜଙ୍କୁ ନଈ ସେପଟକୁ ଛାଡ଼ିଲା ନାହିଁ । କାଳ କାଳକୁ ବାଜିଆର ନାଁ ସର୍ବ କନିଷ୍ଠ ସହିଦ ଭାବେ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ହୋଇ ରହିଗଲା । ସେଦିନର ଠିକ୍ ୬ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୫ରେ ଥିଲା ବାଜି ରାଉତଙ୍କ ଦ୍ୱାଦଶ ଜନ୍ମ ଦିନ । ଆଜି ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ‘ବଡ଼ ଖବର’ର ବିନମ୍ର ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର