Masthead

ଭାରୀ ପଡିପାରନ୍ତି ବେଣୁଧର

ବାଲେଶ୍ୱର,(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ବେଣୁଧର ବାରିକ ଓରଫ୍ ବେଣୁ ମଉସା । ବେଣୁଧରଙ୍କୁ ନେଇ ବାଲେଶ୍ୱର ବ୍ୟାଟେଲ ସରଗରମ । ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ଉପନିର୍ବାଚନରେ ସେ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ୯୦ବର୍ଷ ବୟସରେ ଗରିବଙ୍କ ହକ୍ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବେଣୁଧର । ନିଜ ଜୀବନକାଳରେ ବଲେଶ୍ୱର ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲଢେଇ ଲଢିଛନ୍ତି ସେ । ଏବେ ସୋସିଆଲ ମିଡିଆ ଷ୍ଟାର ପାଲଟିଛନ୍ତି ବେଣୁଧର । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜିକାଲିର ବ୍ୟୟ ବହୁଳ ନିର୍ବାଚନରେ ବେଣୁ ନିଜ ସାଇକେଲରେ ଘରକୁ ଘର ବୁଲି ପ୍ରଚାର ଚଲେଇଚନ୍ତି । ସୋସିଆଲ ମିଡିଆରେ ତାଙ୍କ ସମର୍ଥକ କାହିଁରେ କେତେ । ବେଣୁଧରଙ୍କ ସରଳ ଜୀବନଯାପନର ଫଟୋ ସହ ସୁନ୍ଦର କ୍ୟାପସନ ଲେଖି ତାଙ୍କୁ ଭୋଟ ଦେବା ପାଇଁ ନିବେଦ କରୁଛନ୍ତି ୟୁଜର୍ସ । ଖାଲି ସେତିକି ନୁହେଁ ଯାତ୍ରା ଜଗତର ଆଇଟମ ଗାର୍ଲ ରାନୀ ପଣ୍ଡା ମଧ୍ୟ ବେଣୁଙ୍କ ପାଇଁ ପ୍ରଚାର କରିବାକୁ ବାଲେଶ୍ୱର ଆସିଥିଲେ । ଆଜି ହାଇକୋର୍ଟର ଓକିଲ ସଂଘ ତଥା ଜନଶକ୍ତି ପାର୍ଟିର କର୍ମକର୍ତ୍ତାମାନେ ବେଣୁଙ୍କ ସମର୍ଥନରେ ବାଲେଶ୍ୱରେ ପ୍ରଚାର କରିଛନ୍ତି । ସୋସିଆଲ ମିଡିଆରେ ବେଣୁଙ୍କ ଫଟୋ ଭାଇରାଲ ହେବା ପରେ ନିର୍ବାଚନ ମୈଦାନରେ ପଟ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ