Masthead

ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସହାୟତା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବାଟ ହୁଡ଼ୁଛି ସରକାରୀ ଯୋଜନା । ଗରିବଙ୍କ ଲାଗି କରାଯାଇଥିବା ମାଳ ମାଳ ଯୋଜନାର ଫାଇଦା ଉଠାଇ ପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୮୦ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଏହି ଗାଁର ତାରା ରାଓଙ୍କ ଗୋଟିଏ ହାତ ୧୦ ବର୍ଷ ତଳେ କଟିଯାଇଛି । ଗୋଟିଏ ହାତରେ ପଥର ବାଡ଼େଇ ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ସରକାରୀ ସହାୟତାଙ୍କ ତାଙ୍କ ଲାଗି ସାତସପନ ।

ତିନି ଛୁଆ ଓ ସ୍ତ୍ରୀଙ୍କୁ ନେଇ ତାରାଙ୍କ ପରିବାର । ଗୋଟିଏ ହାତରେ ପଥର ବାଡ଼େଇ ତାରା ଯାହା ରୋଜଗାର କରୁଛନ୍ତି ସେତିକିରେ ୫ପ୍ରାଣୀ କୁଟୁମ୍ବ ଚଳିବାକୁ ଅକ୍ଷମ । ଗରିବ, ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ତାରାଙ୍କୁ ମିଳିନାହିଁ ଆବାସ ଯୋଜନା । ରାସନକାର୍ଡ଼ରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ସେ । ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିବା କହିଛନ୍ତି ତାରା । ଗୋଟିଏ ହାତରେ ପଥର ବାଡ଼େଇ ପରିବାର ଚଳାଇବା କେତେ ଯେ କଷ୍ଟ ଏହା କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ତାରା । ସରକାରୀ ସହାୟତା ମିଳିଲେ ପରିବାର ଭଲରେ ଚଳନ୍ତା ବୋଲି ‘ବଡ଼ ଖବର’କୁ କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା