Masthead

ନରମିଲେ ରବୀନ୍ଦ୍ର, ସ୍ୱରୁପଙ୍କୁ ଦେବେ ସମର୍ଥନ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଛିଣ୍ଡିଲା ବାଲେଶ୍ୱର ବିଜେଡିର ବିବାଦ । ସ୍ୱରୁପଙ୍କୁ ସମର୍ଥନ ଦେବେ ରବୀନ୍ଦ୍ର । ଟିକେଟ ଘୋଷଣା ପରଠାରୁ ବାଲେଶ୍ୱର ବିଜେଡିରେ ସୃଷ୍ଟି ହୋଇଥିବା ବିବାଦରେ ସୁଧାର ଆସିଛି । ବିଜେଡି ନେତାଙ୍କ ଘନଘନ କବାଟକିଳି ବୈଠକ ଓ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିଛି । ସ୍ୱରୁପଙ୍କୁ ସମର୍ଥନ ଦେବାକୁ ସହମତି ଦେଇଛନ୍ତି ରବୀନ୍ଦ୍ର । ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ପାଳନ କରିବୁ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ।

ବାଲେଶ୍ୱର ସଦର ଉପ ନିର୍ବାଚନ ପାଇଁ ପୂର୍ବତନ କାଉଁସିଲର ତଥା ନଗର ବିଜେଡି ସଭାପତି ସ୍ୱରୁପ ଦାସଙ୍କ ନାଁ ଘୋଷଣା ହେବା ପରେ ଦେଖା ଦେଇଥିଲା ଅନ୍ତଃ କନ୍ଦଳ । ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ସ୍ତ୍ରୀ ସୁବାସିନୀ ଜେନଙ୍କୁ ପ୍ରାର୍ଥୀ କରିବା ପାଇଁ ଅଡି ବସିଥିଲେ ରବୀନ୍ଦ୍ରଙ୍କ ସମର୍ଥକ । ରବୀନ୍ଦ୍ରଙ୍କ ସହ କଥା ହେବାଲାଗି ତାଙ୍କ ବାଲେଶ୍ୱର କର୍ଯ୍ୟାଳୟରେ ପହଁଚି ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ । ଖବର ପାଇ ରବୀନ୍ଦ୍ରଙ୍କ ସମର୍ଥକ ସେଠାରେ ପହଁଚି ହୋ ହାଲ୍ଲା କରିବା ସହ ଟିକେଟ ଚୟନ ଠିକ ହୋଇନଥିବା ଅଭିଯୋଗ କରିଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ବୈଠକରୁ ବାହରି ସ୍ୱରୁପଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେବା ସହ ନିଜ କର୍ମୀ ଓ ସମର୍ଥକଙ୍କ ଭଲ ପାଇବା ଓ ଭାବାବେଗକୁ ବୁଝି ପାରୁଥିବା କହିଥିଲେ ରବୀନ୍ଦ୍ର । ଏନେଇ ପ୍ରତାପ ଦେବଙ୍କୁ ଜଣାଇଥିବା ମଧ୍ୟ କହିଛନ୍ତି ରବୀନ୍ଦ୍ର ।
ସ୍ୱରୁପଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରଠାରୁ ରବୀନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ୱାଧୀନ ଭାବେ ରବୀନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା