Masthead

ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ତହସିଲଦାର ଗିରଫ

 

ସୁବର୍ଣ୍ଣପୁର,  (ବଡ଼ ଖବର ବ୍ୟୁରୋ):    ତରଭା ତହସିଲର ତହସିଲଦାର ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ସୋମବାର ଗିରଫ ହୋଇଛନ୍ତି । ତରଭା ସହରର କାହ୍ନୁଚରଣ ଦାଶଙ୍କ ଠାରୁ ନିଜ ସରକାରୀ ବାସ ଭବନରେ ନଗଦ ୨୦ ହଜାର ଲାଂଚ ଅର୍ଥ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଦ୍ବାରା ଧରା ପଡିଛନ୍ତି । କାହ୍ନୁଚରଣ ଦାଶ ନିଜ ୧୦ ଡିସିମିଲ ଘରଡିହକୁ ବିକ୍ରି କରିବା ପାଇଁ ସେଲ ଡିଡ୍ ଅନୁମତି ମାଗିଥିବାବେଳେ ତରଭା ସବ୍ ରେଜେଷ୍ଟ୍ରାର୍ ଚାର୍ଜରେ ଥିବା ଅଭିଯୁକ୍ତ ତହସିଲଦାର ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଅଭିଯୋଗ ପାଇ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ସୁବର୍ଣ୍ଣପୁର,ବଲାଙ୍ଗୀର,ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଏହି ଧରପଗଡ ଅଭିଯାନରେ ସାମିଲ ଥିଲେ । ତହସିଲଦାରଙ୍କ ନାମରେ  ଏକ ମାମଲା ଦାଏର କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା