Masthead

ବାଲେଶ୍ୱରରେ ଜମୁଛି ପ୍ରଚାର

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସଦର ଉପ ନିର୍ବାଚନକୁ ବାକି ରହିଲା ଆଉ ଅଳ୍ପ ଦିନ । ଉପନିର୍ବାଚନରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି, ବିଜେଡିର ପ୍ରାର୍ଥୀମାନେ ପଞ୍ଚାୟତସ୍ତରରେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ପ୍ରାର୍ଥୀମାନେ ଭୋଟରମାନଙ୍କୁ ଦେଉଛନ୍ତି ଗଦାଗଦା ପ୍ରତିଶ୍ରୁତି । କଂଗ୍ରେସ ବିଗତ ଦିନର ବିକାଶ କଥା କହି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛି । ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର କଥାକୁ ଭୋଟମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଚଳାଇଛି ।

ବିଜେଡି ମଧ୍ୟ ପଛରେ ପଡିନାହିଁ । ପ୍ରଚାରକୁ ଜୋରଦାର କରିଛି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମାଳ ମାଳ ବିଧାୟକ, ମନ୍ତ୍ରୀ ଲାଗିପଡିଛନ୍ତି । ମନ୍ତ୍ରୀ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ସାଙ୍ଗକୁ ଗ୍ରାମ କଲ୍ୟାଣ ଯୋଜନା ବିଷୟରେ ଭୋଟମାନଙ୍କୁ ବୁଝାଇବାରେ ଲାଗିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ବାଲେଶ୍ୱରେ ବିକାଶର ସ୍ରୋତ ଛୁଟିବ ବୋଲି ସେମାନେ ଭୋଟରମାନଙ୍କୁ ଦେଉଛନ୍ତି ପ୍ରତିଶ୍ରୁତି । ପ୍ରତିଶ୍ରୁତିର ବର୍ଷା ଭିତରେ ତିନି ପ୍ରମୁଖ ରାଜନୈତିକ ଦଳ ଭିନ୍ନ ଭିନ୍ନ ସ୍ଥାନରେ ସଭା ସମିତି କରି ପ୍ରଚାର ଜୋରଦାର ଚଳାଇଛନ୍ତି ।

ଆଜି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସର ଟାର୍ଗେଟ ଥିଲା ସାର୍ଥା, ଆଲୁମେଦା, ପଞ୍ଚୁପଡା ଓ କୁରାଡିଆ ପଞ୍ଚାୟତ । ଏହି ପଞ୍ଚାୟତଗୁଡିକରେ ହୋଇଥିଲା ମାରାଥନ ପ୍ରଚାର । କଂଗ୍ରେସ ଆଳୁମେଦା, ସାର୍ଥା, ପଞ୍ଚୁପଡା, କୁରାଢିଆରେ ପ୍ରଚାର କରିଥିଲା । ଏଥିରେ ବିଧାୟକ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସମେତ ବିଧାୟକ ତାରାପ୍ରସାଦ ବାହିନୀପତି, ସୁଦର୍ଶନ ଦାସ, ସତ୍ୟଶିବ ଦାସ, ବିଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ସେହିପରି ବିଜେଡି ମଧ୍ୟ ସାର୍ଥା, ପଞ୍ଚୁପଡା ପଞ୍ଚାୟତରେ ପ୍ରଚାର କରିଛି । ବିଧାୟକ ପ୍ରାର୍ଥୀ ସ୍ଵରୁପ ଦାସ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ପ୍ରଚାରରେ ସାମିଲ୍ ହୋଇଥିଲେ । ବିଜେପି ମଧ୍ୟ ପଛରେ ନଥିଲା । ଦଳର ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ମହାନ୍ତି, ଚାନ୍ଦବାଲି ବିଧାୟକ ବିଷ୍ଣୁ ସେଠୀ ପ୍ରମୁଖ ପ୍ରଚାର ମଇଦାନକୁ ଆହୁରି ସରଗରମ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ