ଯୁକ୍ତ ୩ ପରୀକ୍ଷାରେ ସଫଳତା

ସାଲେପୁର, (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି +୩ ପରୀକ୍ଷା ଫଳ। ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାସ୍ ହାର ୯୨.୪୫ ରହିଥିବା ବିଦ୍ୟାଳୟ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଳା ବିଭାଗରେ ୯୨.୭୭, ବିଜ୍ଞାନରେ ୯୪.୫୯ ଓ ବାଣିଜ୍ୟରେ ୮୮.୬୨ ରେଜଲ୍ଟ ହୋଇଛି। କଳାରେ ୨୫୬ ଜଣ ନାମ ଲେଖାଇଥିବା ବେଳେ ୨୩୫ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୨୧୮ ପାସ ହୋଇଛନ୍ତି। ସେହିଭଳି ବିଜ୍ଞାନରେ ୨୦୮ ଜଣ ନାମ ଲେଖାଇଥିବା ବେଳେ ୧୮୫ ଜଣ ପରୀକ୍ଷା ଦେଇଥିଲେ, ୧୭୫ ଜଣ ପାସ କରିଛନ୍ତି। ବାଣିଜ୍ୟରେ ମଧ୍ୟ ୧୨୮ ଜଣ ନାମ ଲେଖାଇଥିଲେ। ପରୀକ୍ଷା ଦେଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୦୯ ଜଣ ପାସ ହୋଇଥିବା ସୂଚନା ମିଳିଛି। କଳାରେ ଜ୍ୟୋତିର୍ମୟୀ ମିଶ୍ର, ବିଜ୍ଞାନରେ ସତ୍ୟସ୍ମିତା ସ୍ୱାଇଁ ଓ ବାଣିଜ୍ୟରେ ଭକ୍ତରଞ୍ଜନ ମିଶ୍ର ଟପ୍ପର ହୋଇଛନ୍ତି। ଛାତ୍ରଙ୍କଠାରୁ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’