Before Header

ଟିଏମସି ନେତାଙ୍କ ଘରେ ପୁଣି ଇଡି ରେଡ

0 1,164

କୋଲକାତା (ବଡ଼ ଖବର ବ୍ୟୁରୋ): ଆକ୍ସନ ମୋଡ଼ରେ ଇଡି। ଟିଏମସି ନେତା ଶାହଜହାନଙ୍କ ଘରେ ପୁଣି ଇଡିର ଚଢାଉ। ସକାଳୁ ସକାଳୁ ଚଢାଉ କରିଛି ଇଡି। ରାସନ ଘୋଟଲା ମାମଲାରେ ପଶ୍ଚିମବଙ୍ଗରେ ଆଜି ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଉତ୍ତର ୨୪ ପରଗଣା ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ ନେତା ଶାହଜହାନ ଶେଖଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଇଡି ଶାହଜହାନଙ୍କ ଘରର ତାଲା ଭାଙ୍ଗି ଘରେ ପଶିଥିବାର ସୂଚନା ମିଳିଛି ।

ଇଡି ସହ ସେଣ୍ଟ୍ରାଲ ଫୋର୍ସର ୧୦୦ ଜଣ ଯବାନ ନେତାଙ୍କ ଘରକୁ ଘେରି ରଖିଛନ୍ତି । ଏହା ସହ ଇଡି ପକ୍ଷରୁ ଲୁକ୍‌ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି । ପୂର୍ବରୁ ରାଶନ ଘୋଟାଲା ମାମଲାରେ ଠିକ୍ ୧୯ ଦିନ ପୂର୍ବରୁ ଇଡି ପକ୍ଷରୁ ଟିଏମସି ନେତା ଶହାଜହାନ ଶେଖଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେଠାରେ ଟିଏମସି ନେତାଙ୍କ ସମର୍ଥକମାନେ ଇଡ଼ି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଅଧିକାରୀ ଆହତ ହୋଇଥିଲେ ।

ବୁଧବାର ସକାଳୁ ସକାଳୁ ଇହି ଅଧିକାରୀମାନେ ଟିଏମସି ନେତାଙ୍କ ଘରେ ପହଂଚିବା ପରେ ସ୍ଥାନୀୟ ପୋଲିସ ଆସି ଇଡି ଅଧିକାରୀଙ୍କୁ ସର୍ଚ୍ଚ ୱାରେଣ୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ । ପରେ ଟିଏମସି ନେତାଙ୍କ ଘରର ତାଲା ଭାଙ୍ଗି ଇଡି ଅଧିକାରୀମାନେ ପ୍ରବେଶ କରିଥିଲା ।

Leave A Reply

Your email address will not be published.