Masthead

ବାଲି ଖାଦାନ ପାଇଁ ଗଲା ଜୀବନ, ଖାଦାନ ଅଫିସ ଜାଳିଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ବାଲି ଖାଦାନ ପାଇଁ ଗଲା ଜୀବନ । ଲକ୍ଷ୍ମଣ ମଲ୍ଲିକଙ୍କ ଉପରେ ମାଡିଗଲା ହାଇୱା । ବାଲି ଖାଦାନ ଅଫିସ ଜାଳିଲେ ଉତ୍ତ୍ୟକ୍ତ ଲୋକେ । କେନ୍ଦ୍ରାପଡା ପାଟକୁରା ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ଆରିପଦାର ଲକ୍ଷ୍ମଣ ମଲ୍ଲିକ ବସୁପୁର ବାଲି ଖାଦାନରେ କାମ କରୁଥିବା ସମୟରେ ତାଙ୍କ ଉପରେ ମାଡି ଯାଇଥିଲା ହାଇୱା । ହାଇୱା ଧକ୍କାରେ ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ତାତିଲେ ଲୋକେ । ପୋଡାଜଳା କରିବା ସହ ଟ୍ରକ ଭାଙ୍ଗିଲେ । ଏହା ସହ ଟାୟାର ଜାଳି ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ପୂର୍ବରୁ ମଧ୍ୟ ବସୁପୁର ଖାଦାନରେ ଏଭଳି ଏକ ଘଟଣା ଘଟିଥିଲା ଏବଂ ଏକ ସ୍କୁଲ ଛାତ୍ରୀର ମୃତ୍ୟୁ ହୋଇଥିଲା । ଏବେ ବାଲି ଖାଦାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲୋକେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ