ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗିପାରନ୍ତି ଚାଷୀ । ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ହଜାର ହଜାର ଚାଷୀ । କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ । ଆଜି ପୂର୍ବାହ୍ନ ୧୧ଟାରେ ଶମ୍ଭୁ ସୀମାରେ ଏକାଠି ହୋଇଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ । ଏଥିପାଇଁ କୃଷକମାନେ ଏକ ବିପଜ୍ଜନକ ଯୋଜନା ପ୍ରସ୍ତୁତ କରିଛନ୍ତି । କୃଷକମାନେ ଦୁଇଟି ସ୍ତରରେ ପ୍ରସ୍ତୁତି କରିଛନ୍ତି । ଗୋଟିଏ ଯୋଜନା ବିଫଳ ହେଲେ ଅନ୍ୟ ଯୋଜନାରୁ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତି ଚାଲିଛି ।

ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ହରିୟାଣାରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକଙ୍କ ଦିଲ୍ଲୀ ପଦଯାତ୍ରା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସମସ୍ତ ସୀମାକୁ ସିଲ୍ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସମେତ ସମସ୍ତ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକମାନେ ଶମ୍ଭୁ ସୀମାରେ ଏକାଠି ହୋଇଛନ୍ତି । ଏବେ ସୁଦ୍ଧା କୃଷକ ଓ ସରକାରଙ୍କ ମଧ୍ୟରେ ୪ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’